କାଶ୍ମୀରରେ ତାପମାତ୍ରା ଶୂନ୍ୟ ଡିଗ୍ରି ତଳେ; ଆଗକୁ ଆହୁରି କମିବ

ଶ୍ରୀନଗର: କାଶ୍ମୀରରେ ରାତିର ତାପମାତ୍ରା ହ୍ରାସ ପାଇଥିବା ବେଳେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟ ଡିଗ୍ରି ତଳେ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଶୁଖିଲା ପାଗର ପୂର୍ବାନୁମାନ ଯୋଗୁଁ ଆଗାମୀ ଦିନରେ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କୋକେରନାଗକୁ ବାଦ୍ ଦେଲେ ଉପତ୍ୟକାର ଅନ୍ୟ ସମସ୍ତ ପାଣିପାଗ କେନ୍ଦ୍ରରେ ରାତିର ତାପମାତ୍ରା ଶୂନରୁ କମ୍ ରହିଛି। ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୨ ଡିଗ୍ରି ସେଲସିୟସ […]

Samaya Live Picture
Published On

ଶ୍ରୀନଗର: କାଶ୍ମୀରରେ ରାତିର ତାପମାତ୍ରା ହ୍ରାସ ପାଇଥିବା ବେଳେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟ ଡିଗ୍ରି ତଳେ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଶୁଖିଲା ପାଗର ପୂର୍ବାନୁମାନ ଯୋଗୁଁ ଆଗାମୀ ଦିନରେ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କୋକେରନାଗକୁ ବାଦ୍ ଦେଲେ ଉପତ୍ୟକାର ଅନ୍ୟ ସମସ୍ତ ପାଣିପାଗ କେନ୍ଦ୍ରରେ ରାତିର ତାପମାତ୍ରା ଶୂନରୁ କମ୍ ରହିଛି। ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି, ଯାହା ପୂର୍ବ ରାତିର ବିଯୁକ୍ତ ୧.୮ ଡିଗ୍ରି ସେଲସିୟସ ତୁଳନାରେ କମ୍। ଦକ୍ଷିଣ କାଶ୍ମୀରର କାଜିଗୁଣ୍ଡରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୨.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ବାର୍ଷିକ ଅମରନାଥ ଯାତ୍ରାର ଅନ୍ୟତମ ବେସ୍ କ୍ୟାମ୍ପ ପହଲଗାମରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୪.୮ ଡିଗ୍ରି ସେଲସିୟସ ରହିଥିଲା, ଯାହା ପୂର୍ବ ରାତି ତୁଳନାରେ ୩ ଡିଗ୍ରି କମ୍। ପ୍ରସିଦ୍ଧ ସ୍କି ରିସୋର୍ଟ ଗୁଲମାର୍ଗରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୩.୫ ଡିଗ୍ରି ସେଲସିୟସ ଥିବା ବେଳେ କୁପୱାଡ଼ାରେ ବିଯୁକ୍ତ ୧.୨ ଡିଗ୍ରି ଓ କୋକେରନାଗରେ ୦.୪ ଡିଗ୍ରି ତାପମାତ୍ରା ରହିଥିଲା। ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ପାଗ ସାଧାରଣତଃ ଶୁଖିଲା ରହିବ ଓ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

Tags: