କାଶ୍ମୀରରେ ଜି-୨୦ ବୈଠକ ସମୟରେ ଆତଙ୍କବାଦୀ ଆକ୍ରମଣ ଯୋଜନା

ଶ୍ରୀନଗର: ଚଳିତମାସ ୨୨ ତାରିଖରେ କାଶ୍ମୀରରେ ଜି-୨୦ ବୈଠକ ହେବ। କାଶ୍ମୀରରେ ପ୍ରଥମ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏବଂ ଏହି କାର୍ଯ୍ୟକ୍ରମ ଉପରେ ସାରା ବିଶ୍ବର ନଜର ରହିଥିବାବେ‌‌ଳେ ଜି-୨୦ ବୈଠକ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ସୁରକ୍ଷା ବାହିନୀର ଚିନ୍ତା ବଢ଼ାଇଛି। ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ ଏଲ୍‌ଇଟି ଆତଙ୍କବାଦୀମାନେ ରାଜୌରୀ ଏବଂ ପୁଞ୍ଚରେ ଅତି ଉନ୍ନତ ମାନର ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ଗୁଇନ୍ଦା ସୂଚନାନୁଯାୟୀ ଆତଙ୍କବାଦୀମାନେ ୱାଇଏସ୍‌ଏମଏସ ଟେକନୋ‌ଲୋଜି ବ୍ୟବହାର କରୁଛନ୍ତି। ୨୦୧୬ ଏବଂ ୨୦୧୯ରେ […]

Samaya Live Picture
Published On

ଶ୍ରୀନଗର: ଚଳିତମାସ ୨୨ ତାରିଖରେ କାଶ୍ମୀରରେ ଜି-୨୦ ବୈଠକ ହେବ। କାଶ୍ମୀରରେ ପ୍ରଥମ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏବଂ ଏହି କାର୍ଯ୍ୟକ୍ରମ ଉପରେ ସାରା ବିଶ୍ବର ନଜର ରହିଥିବାବେ‌‌ଳେ ଜି-୨୦ ବୈଠକ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ସୁରକ୍ଷା ବାହିନୀର ଚିନ୍ତା ବଢ଼ାଇଛି। ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ ଏଲ୍‌ଇଟି ଆତଙ୍କବାଦୀମାନେ ରାଜୌରୀ ଏବଂ ପୁଞ୍ଚରେ ଅତି ଉନ୍ନତ ମାନର ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ଗୁଇନ୍ଦା ସୂଚନାନୁଯାୟୀ ଆତଙ୍କବାଦୀମାନେ ୱାଇଏସ୍‌ଏମଏସ ଟେକନୋ‌ଲୋଜି ବ୍ୟବହାର କରୁଛନ୍ତି। ୨୦୧୬ ଏବଂ ୨୦୧୯ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ଆତଙ୍କବାଦୀମାନେ ଏହି ଟେକନୋଲୋଜି ବ୍ୟବହାର କରିଥିଲେ। ନିକଟରେ ସୁରକ୍ଷା ଅଧିକାରୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆତଙ୍କବାଦୀଙ୍କ ଦ୍ବାରା ଏହି ୱାଇଏସଏମଏସ ଟେକନୋଲୋଜି ବ୍ୟବହାର ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ଆତଙ୍କବାଦୀମାନେ ବିନା ସିମ୍‌ କାର୍ଡରେ ମୋବାଇଲ ଫୋନ୍‌ କିଭଳି ବ୍ୟବହାର କରୁଛନ୍ତି ସେନେଇ ଅଫିସରମାନେ ଆଲୋଚନା କରିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜୌରୀ ଏବଂ ପୁଞ୍ଚରେ ଏଲ୍‌ଇଟି ଆତଙ୍କବାଦୀଙ୍କ ଉପସ୍ଥିତି ପାଇଁ ଗୁଇନ୍ଦା ସଂସ୍ଥା ଗୁଡ଼ିକ ଚିନ୍ତା ପ୍ରକଟ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଏଲ୍‌ଇଟିର ୧୨ ଜଣ ସଦସ୍ୟଙ୍କୁ ଅତି ଉନ୍ନତ ମାନର ତାଲିମ ଦିଆଯାଇଛି। ସେମାନଙ୍କୁ ୩ଟି ଗୋଷ୍ଠୀରେ ବିଭକ୍ତ କରାଯାଇଛି। ସେମାନେ ସୁରକ୍ଷିତ ପଥରେ ଆସୁଛନ୍ତି ଏବଂ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରୁଛନ୍ତି। ଲସ୍କରର ସଜିଦ ଜାଟ ଦ୍ବାରା ଏହି ଆତଙ୍କବାଦୀମାନେ ତାଲିମ ନେଉଛନ୍ତି। ଜମ୍ମୁ କାଶ୍ମୀରରେ ଜି-୨୦ ବୈଠକ ସମୟରେ ବିଦେଶ ଅତିଥି ଥିବା ସମୟରେ ସେମାନେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରିଛନ୍ତି। ସେମାନେ ୨୬/୧୧ ଭଳି ସ୍ଥିତି ସୃଷ୍ଟି କରିବାକୁ ଯୋଜନା କରିଛନ୍ତି। ଇତି ମଧ୍ୟରେ ଜମ୍ମୁ କାଶ୍ମୀରରେ ଜି-୨୦ ବୈଠକ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି।

Tags: