କାଶ୍ମୀରରେ ଜି-୨୦ ବୈଠକକୁ ଚୀନର ବିରୋଧ, ବିବାଦୀୟ ଅଞ୍ଚଳ କହିଲା
ନୂଆଦିଲ୍ଲୀ: ଆଉ ମାତ୍ର ୨ ଦିନ ପରେ କାଶ୍ମୀରରେ ଜି-୨୦ ବୈଠକ ଆରମ୍ଭ ହେବ।ଜି-୨୦ ଟୁରିଜମ ୱାର୍କିଂ ଗ୍ରୁପ ବୈଠକରେ ବିଦେଶ ରାଷ୍ଟ୍ରର ପ୍ରତିନିଧିମାନେ ଯୋଗ ଦେବେ। ତେବେ ଚୀନ୍ କାଶ୍ମୀରରେ ଜି-୨୦ ବୈଠକକୁ ବିରୋଧ କରିଛି। ଏକ ବିବୃତି ଜାରି କରି ଚୀନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହା ଯାଇଛି ଯେ ବିବାଦୀୟ ଅଞ୍ଚଳରେ ଚୀନ୍ ଜି-୨୦ ବୈଠକକୁ ବିରୋଧ କରୁଛି। ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, ଚୀନ୍ ବିବାଦୀୟ ଅଞ୍ଚଳରେ […]
ନୂଆଦିଲ୍ଲୀ: ଆଉ ମାତ୍ର ୨ ଦିନ ପରେ କାଶ୍ମୀରରେ ଜି-୨୦ ବୈଠକ ଆରମ୍ଭ ହେବ।ଜି-୨୦ ଟୁରିଜମ ୱାର୍କିଂ ଗ୍ରୁପ ବୈଠକରେ ବିଦେଶ ରାଷ୍ଟ୍ରର ପ୍ରତିନିଧିମାନେ ଯୋଗ ଦେବେ। ତେବେ ଚୀନ୍ କାଶ୍ମୀରରେ ଜି-୨୦ ବୈଠକକୁ ବିରୋଧ କରିଛି। ଏକ ବିବୃତି ଜାରି କରି ଚୀନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହା ଯାଇଛି ଯେ ବିବାଦୀୟ ଅଞ୍ଚଳରେ ଚୀନ୍ ଜି-୨୦ ବୈଠକକୁ ବିରୋଧ କରୁଛି। ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, ଚୀନ୍ ବିବାଦୀୟ ଅଞ୍ଚଳରେ ଯେକୌଣସି ପ୍ରକାର ଜି-୨୦ ବୈଠକକୁ ବିରୋଧ କରୁଛି। ଆମେ ଏଭଳି ବୈଠକରେ ଯୋଗ ଦେବୁନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶ୍ରୀନଗରରେ ଭାରତ ତୃତୀୟ ଜି-୨୦ ଟୁରିଜମ ୱାର୍କିଂ ଗ୍ରୁପ ବୈଠକ କରୁଛି। ପାକିସ୍ତାନ ମଧ୍ୟ କାଶ୍ମୀରରେ ଜି-୨୦ ବୈଠକକୁ ବିରୋଧ କରୁଛି। ଉଲ୍ଲେଖଯୋଗ୍ୟ ଯେ ମେ’ ୨୨ରୁ ୨୪ ପର୍ଯ୍ୟନ୍ତ କାଶ୍ମୀରରେ ଜି-୨୦ ବୈଠକ ହେବ।




