କାଶ୍ମୀରରେ ଗଭୀର ଖାଇକୁ ବସ୍ ଖସି ୩୬ ମୃତ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଦୋଦା ଜିଲ୍ଲାରେ ଆଜି ଏକ ଗଭୀର ଖାଇକୁ ବସ୍ ଖସି ପଡ଼ିବା ଫଳରେ ୩୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବୁଧବାର ସକାଳେ ଦୋଦା ଜିଲ୍ଲାର ଅସର ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି। ବସ୍ରେ ପାଖାପାଖି ୪୦ ଯାତ୍ରୀ ଥିଲେ। ଏହା ତ୍ରୁଙ୍ଗଲ-ଅସର ରାସ୍ତା ନିକଟରେ ବାଟୋତ କିସ୍ତୱଡ଼ ଜାତୀୟ ରାଜପଥ ଉପରୁ ୩୦୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିଥିଲା। ଉଦ୍ଧାର ଅପରେସନ୍ ଜାରି […]

Samaya Live Picture
Published On

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଦୋଦା ଜିଲ୍ଲାରେ ଆଜି ଏକ ଗଭୀର ଖାଇକୁ ବସ୍ ଖସି ପଡ଼ିବା ଫଳରେ ୩୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବୁଧବାର ସକାଳେ ଦୋଦା ଜିଲ୍ଲାର ଅସର ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି। ବସ୍ରେ ପାଖାପାଖି ୪୦ ଯାତ୍ରୀ ଥିଲେ। ଏହା ତ୍ରୁଙ୍ଗଲ-ଅସର ରାସ୍ତା ନିକଟରେ ବାଟୋତ କିସ୍ତୱଡ଼ ଜାତୀୟ ରାଜପଥ ଉପରୁ ୩୦୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିଥିଲା। ଉଦ୍ଧାର ଅପରେସନ୍ ଜାରି ରହିଛି। ଦୁର୍ଘଟଣାରେ ପ୍ରାଣ ହାରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ମୋଦୀ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ସ୍ଥାନୀୟ ପ୍ରଶାସନ ଉଦ୍ଧାର ଅପରେସନ୍ ଜାରି ରଖିଛନ୍ତି। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Tags: