କାଶ୍ମୀରରେ ଖାଇକୁ ବସ୍ ଖସି ୧୦ ତୀର୍ଥଯାତ୍ରୀ ମୃତ

ଶ୍ରୀନଗର : କାଶ୍ମୀର‌ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବୈଷ୍ଣୋଦେବୀ ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍‌ ଖାଇକୁ ଖସି ପଡ଼ିବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ୫୭ ଜଣ ଆହତ ହୋଇଛନ୍ତି। ‌ବସ୍‌ରେ ଥିବା ଅଧିକାଂଶ ତୀର୍ଥଯାତ୍ରୀ ବିହାରର ଲକ୍ଷ୍ମୀସରାଇର। ବସ୍‌ଟି ଏକ ବ୍ରିଜ୍‌ ରେଲିଂରେ ପିଟି ହୋଇ ତଳକୁ ଖସି ପଡ଼ିଥିଲା। ବସ୍‌ଟି ଅମୃତସରରୁ କଟ୍‌ରା ଯାଉବାବେଳେ ବାଟରେ ଜମ୍ମୁ ନିକଟସ୍ଥ ଝଜ୍ଜର କୋଟଲି ନିକଟରେ ଆଜି ଏହି […]

Samaya Live Picture
Published On

ଶ୍ରୀନଗର : କାଶ୍ମୀର‌ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବୈଷ୍ଣୋଦେବୀ ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍‌ ଖାଇକୁ ଖସି ପଡ଼ିବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ୫୭ ଜଣ ଆହତ ହୋଇଛନ୍ତି। ‌ବସ୍‌ରେ ଥିବା ଅଧିକାଂଶ ତୀର୍ଥଯାତ୍ରୀ ବିହାରର ଲକ୍ଷ୍ମୀସରାଇର। ବସ୍‌ଟି ଏକ ବ୍ରିଜ୍‌ ରେଲିଂରେ ପିଟି ହୋଇ ତଳକୁ ଖସି ପଡ଼ିଥିଲା। ବସ୍‌ଟି ଅମୃତସରରୁ କଟ୍‌ରା ଯାଉବାବେଳେ ବାଟରେ ଜମ୍ମୁ ନିକଟସ୍ଥ ଝଜ୍ଜର କୋଟଲି ନିକଟରେ ଆଜି ଏହି ଦୁର୍ଘଟଣା ହୋଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା‌ ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ। ଜମ୍ମୁର ବରିଷ୍ଠ ଏସ୍‌ପି ଚନ୍ଦନ କୋହଲି କହିଛନ୍ତି, ଆମେ ଦୁର୍ଘଟଣାର କାରଣ କ’ଣ ସେନେଇ ତଦନ୍ତ ଜାରି ରଖିଛୁ। ସମସ୍ତ ତୀର୍ଥଯାତ୍ରୀ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଉଥିଲେ। ବସରେ ଥିବା ଜଣେ ଯାତ୍ରୀ ରବିନ୍ଦ୍ର ପାଣ୍ଡେ କହିଛନ୍ତି, ବସ୍‌ରେ କିଛି ଗୋଟେ ପିଟି ହୋଇଯାଇଥିଲା ଫଳରେ ବସ୍‌ଟି ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଥିଲା।

Tags: