କାଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫ ଆତଙ୍କବାଦୀ ନିପାତ
ଶ୍ରୀନଗର : କାଶ୍ମୀରର କୁପୱାଡ଼ାରେ ସୁରକ୍ଷାକର୍ମୀଙ୍କୁ ଆଜି ବଡ଼ ସଫଳତା ମିଳିଛି। କୁପୱାଡ଼ାରେ ପୁଲିସ ଏବଂ ସେନାର ମିଳିତ ଅପରେସନ୍ରେ ୫ ବିଦେଶୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଜି ଭୋର ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଉତ୍ତର କାଶ୍ମୀର ଜିଲ୍ଲାର ଏଲ୍ଓସି ନିକଟସ୍ଥ ଜୁଗାଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୫ ଆତଙ୍କବାଦୀ ନିପାତ […]
ଶ୍ରୀନଗର : କାଶ୍ମୀରର କୁପୱାଡ଼ାରେ ସୁରକ୍ଷାକର୍ମୀଙ୍କୁ ଆଜି ବଡ଼ ସଫଳତା ମିଳିଛି। କୁପୱାଡ଼ାରେ ପୁଲିସ ଏବଂ ସେନାର ମିଳିତ ଅପରେସନ୍ରେ ୫ ବିଦେଶୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଜି ଭୋର ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଉତ୍ତର କାଶ୍ମୀର ଜିଲ୍ଲାର ଏଲ୍ଓସି ନିକଟସ୍ଥ ଜୁଗାଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୫ ଆତଙ୍କବାଦୀ ନିପାତ ହେବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କାଶ୍ମୀର ଏଡିଜିପି ବିଜୟ କୁମାର ଆଜି ଏକ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ୧୩ ତାରିଖରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଥିଲେ।




