କାଶ୍ମୀରରେ ଆତଙ୍କବାଦ ଦମନ ପାଇଁ ବଡ଼ ଧରଣର ଅଭିଯାନ ଆରମ୍ଭ ହେବ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଜମ୍ମୁ କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା ପାଇଁ ଏକ ବୈଠକ କରିଥିଲେ ଏହି ବୈଠକରେ ଏନଏସଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଜମ୍ମୁ କଶ୍ମୀରରେ ବର୍ତ୍ତମାନର ସୁରକ୍ଷା ସ୍ଥିତି ‌ସଂକ୍ରାନ୍ତରେ ମୋଦୀଙ୍କୁ ଏହି ବୈଠକରେ ଅବଗତ କରାଯାଇଥିଲା। ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ […]

Samaya Live Picture
Published On

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଜମ୍ମୁ କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା ପାଇଁ ଏକ ବୈଠକ କରିଥିଲେ ଏହି ବୈଠକରେ ଏନଏସଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଜମ୍ମୁ କଶ୍ମୀରରେ ବର୍ତ୍ତମାନର ସୁରକ୍ଷା ସ୍ଥିତି ‌ସଂକ୍ରାନ୍ତରେ ମୋଦୀଙ୍କୁ ଏହି ବୈଠକରେ ଅବଗତ କରାଯାଇଥିଲା। ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାପାଇଁ ଏବଂ ଅଞ୍ଚଳର ସୁରକ୍ଷା ପାଇଁ କେଉଁ ସବୁ ରଣନୀତି ଅବଲମ୍ବନ କରାଯାଇଛି ଏବଂ କିଭଳି ଅପରେସନ୍‌ ଜାରି ରହିଛି ସେନେଇ ମୋଦୀଙ୍କୁ ଆଜିର ବୈଠକରେ ଅବଗତ କରାଯାଇଥିଲା। ତେବେ ଆତଙ୍କବାଦ ନିରୋଧ ପାଇଁ ପୂର୍ଣ୍ଣ ଦକ୍ଷତାକୁ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ଗୁରୁତ୍ବାରୋପ କରିଛନ୍ତି। ଆତଙ୍କବାଦର ଦମନ ପାଇଁ ସବୁ ପ୍ରକାର ସମ୍ବଳ ବ୍ୟବହାର କରିବାପାଇଁ ମୋଦୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାର ବିପଦ ବିରୋଧରେ କଡ଼ା ଜବାବ ଦେବାପାଇଁ ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ୪ ଦିନ ମଧ୍ୟରେ ଜମ୍ମୁ କାଶ୍ମୀରରେ ୩ ଥର ଆତଙ୍କବାଦୀ ଆକ୍ରମଣ ହେବାପରେ ଅଞ୍ଚଳର ସୁରକ୍ଷା ସ୍ଥିତି ନେଇ ଚିନ୍ତା ବଢ଼ିଛି। ଜୁନ୍‌ ୯ ତାରିଖରେ ରିଆସି ଆତଙ୍କବାଦୀ ଆକ୍ରମଣରେ ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀମାନେ ରିଆସି‌ରେ ଏକ ତୀର୍ଥଯାତ୍ରୀ ବସ୍‌ ଉପରେ ଆକ୍ରମଣ କରିଥିଲେ। ବସ୍‌ଟି ଏକ ଗଭୀର ଖାଇକୁ ଖସି ପଡ଼ିବା ଫଳରେ ୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୪୨ ଜଣ ଆହତ ହୋଇଥିଲେ। ଅନ୍ୟପକ୍ଷେ ଜୁନ୍‌ ୧୧ ତାରିଖ ରାତିରେ କଠୁଆରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଡୋଡ଼ାରେ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ୨ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି।

Tags: