କାଶ୍ମୀରରେ ଆତଙ୍କବାଦୀ ନିରୋଧ ଅପରେସନ୍ ଜୋରଦାର, ଆର୍ମି ଅଫିସରଙ୍କୁ ଅପହରଣ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ଗତ ସପ୍ତାହରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ ଦ୍ବାରା ୪ ଯବାନ ସହିଦ ହୋଇଯାଇଥିଲେ। ଉକ୍ତ ଘଟଣା ପରେ ପୁଞ୍ଚରେ ଆତଙ୍କବାଦୀ ନିରୋଧ ଅପରେସନ ଜୋରଦାର ହୋଇଥିବାବେଳେ ଆଜି ପୁଣିଜଣେ ବ୍ରିଗେଡିୟର ଲେବଲ ଅଫିସରଙ୍କୁ ଡ୍ୟୁଟିରୁ ଉଠାଇ ନିଆଯାଇଛି ଏବଂ ପୁଞ୍ଚ୍ ବାହାରକୁ ଅପହରଣ କରିନିଆଯାଇଛି। ଅନ୍ୟପକ୍ଷେ ଡିସେମ୍ବର ୨୨ ତାରିଖରେ ୩ ନାଗରିଙ୍କର ରହସ୍ୟଜନକ ମୃତ୍ୟୁ ହୋଇଥିଲା। ହାଜତରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା ବୋଲି ଅଭିଯୋଗ […]

Samaya Live Picture
Published On

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ଗତ ସପ୍ତାହରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ ଦ୍ବାରା ୪ ଯବାନ ସହିଦ ହୋଇଯାଇଥିଲେ। ଉକ୍ତ ଘଟଣା ପରେ ପୁଞ୍ଚରେ ଆତଙ୍କବାଦୀ ନିରୋଧ ଅପରେସନ ଜୋରଦାର ହୋଇଥିବାବେଳେ ଆଜି ପୁଣିଜଣେ ବ୍ରିଗେଡିୟର ଲେବଲ ଅଫିସରଙ୍କୁ ଡ୍ୟୁଟିରୁ ଉଠାଇ ନିଆଯାଇଛି ଏବଂ ପୁଞ୍ଚ୍ ବାହାରକୁ ଅପହରଣ କରିନିଆଯାଇଛି। ଅନ୍ୟପକ୍ଷେ ଡିସେମ୍ବର ୨୨ ତାରିଖରେ ୩ ନାଗରିଙ୍କର ରହସ୍ୟଜନକ ମୃତ୍ୟୁ ହୋଇଥିଲା। ହାଜତରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଉକ୍ତ ଘଟଣା ପରେ ସେନା କିଛି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇତି ମଧ୍ୟରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜମ୍ମୁର ନାରଗୋଟା ସ୍ଥିତ ହ୍ବାଇଟ୍ ନାଇଟ୍ କର୍ପ୍ସି ହେଡ୍କ୍ବାର୍ଟସରେ ଗୁରୁତ୍ବପୂର୍ଣ୍ଣ ସୁରକ୍ଷା ସମୀକ୍ଷା ବୈଠକ କରିବେ। ରାଜୌରୀ-ପୁଞ୍ଚ୍ ସେକ୍ଟରରେ ଲଗାତାର ତୃତୀୟ ଦିନ ପାଇଁ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ସେନା ଗାଡ଼ି ଉପରେ ହୋଇଥିବା ଆକ୍ରମଣ ପାଇଁ ପିଏଏଫ୍ଏଫ୍ ନିଜକୁ ଦାବୟୀ କରିଛି। ପିଏଏଫ୍ଏଫ୍ ଜେଇଏମ୍ (ଜୈସ ଏ ମହମ୍ମଦ) ସହ ଜଡ଼ିତ।

Tags: