କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ,ଦମ୍ପତି ଆହତ
ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ ଏବଂ ଅନନ୍ତନାଗରେ ଗତକାଲି ରାତିରେ ଆତଙ୍କବାଦୀ ଆକ୍ରମଣରେ ଜଣେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇଯାଇଛି। ମେ’ ୨୦ ତାରିଖରେ ଜମ୍ମୁ କାଶ୍ମୀରର ବାରମୂଳା ଲୋକସଭା ଆସନରେ ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସୋପିଆନରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଅନନ୍ତନାଗ ଜିଲ୍ଲାରେ ଏକ ପର୍ଯ୍ୟଟକ ଶିବିର ଉପରେ ଆକ୍ରମଣ ହେବା ଫଳରେ ରାଜସ୍ଥାନର ଜଣେ ଦମ୍ପତି ଆହତ ହୋଇଥିଲେ। ଆହତ ହୋଇଥିବା ମହିଳାଙ୍କ ନାଁ ଫରହା। ସେ ରାଜସ୍ଥାନର ଜୟପୁର ବାସିନ୍ଦା। […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ ଏବଂ ଅନନ୍ତନାଗରେ ଗତକାଲି ରାତିରେ ଆତଙ୍କବାଦୀ ଆକ୍ରମଣରେ ଜଣେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇଯାଇଛି। ମେ’ ୨୦ ତାରିଖରେ ଜମ୍ମୁ କାଶ୍ମୀରର ବାରମୂଳା ଲୋକସଭା ଆସନରେ ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସୋପିଆନରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଅନନ୍ତନାଗ ଜିଲ୍ଲାରେ ଏକ ପର୍ଯ୍ୟଟକ ଶିବିର ଉପରେ ଆକ୍ରମଣ ହେବା ଫଳରେ ରାଜସ୍ଥାନର ଜଣେ ଦମ୍ପତି ଆହତ ହୋଇଥିଲେ। ଆହତ ହୋଇଥିବା ମହିଳାଙ୍କ ନାଁ ଫରହା। ସେ ରାଜସ୍ଥାନର ଜୟପୁର ବାସିନ୍ଦା। ତାଙ୍କ ସ୍ବାମୀଙ୍କ ନାଁ ତାବ୍ରେସ୍। ଅନନ୍ତନାଗର ୟାନ୍ନାରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଅଞ୍ଚରେ ଏକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ତେବେ ଏହାପରେ ଦ୍ବିତୀୟ ଆକ୍ରମଣରେ ପୂର୍ବତନ ସରପଞ୍ଚ ଅଜାଜ୍ ଶେଖଙ୍କ ମୃତ୍ୟୁ ହୋଇଯାଇଛି। ସେ ବିଜେପି ଦଳ ସହ ସମ୍ପୃକ୍ତ। ତାଙ୍କୁ ସୋପିଆନର ହିରପୋରାରେ ରାତି ପ୍ରାୟ ୧୦.୩୦ ସମୟରେ ଗୁଳି କରି ହତ୍ୟା କରାଯାଇଛି। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।




