କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀ ନିପାତ
କାଶ୍ମୀର : ଜମ୍ମୁ କାଶ୍ମୀରରେ ଆଜି ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କର ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି। ସେନା ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ପାକିସ୍ତାନରୁ କିଛି ଆତଙ୍କବାଦୀ ନୌସେରା ସୀମା ଦେଇ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ଭାରତୀୟ ସେନାକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥଲା। ଏହି ସମୟରେ ସେନା ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସେନା ମଧ୍ୟ ଏହାର ପାଲଟ ଜବାବ ଦେଇଥିଲା। ସେନା […]
କାଶ୍ମୀର : ଜମ୍ମୁ କାଶ୍ମୀରରେ ଆଜି ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କର ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି। ସେନା ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ପାକିସ୍ତାନରୁ କିଛି ଆତଙ୍କବାଦୀ ନୌସେରା ସୀମା ଦେଇ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ଭାରତୀୟ ସେନାକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥଲା। ଏହି ସମୟରେ ସେନା ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସେନା ମଧ୍ୟ ଏହାର ପାଲଟ ଜବାବ ଦେଇଥିଲା। ସେନା ଗୁଳିରେ ୨ ଆତଙ୍କୀ ନିହତ ହୋଇଥିଲେ। ଏଥିସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଆଗକୁ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଥିବାବେଳେ ଏଇ କିଛିଦିନ ହେବ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିଛି।




