କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ
ଶ୍ରୀନଗର : କାଶ୍ମୀରର କୁପୱାଡ଼ାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀମାନେ ଆଜି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀର ପଟୁ ୪ ଜଣ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବାବେଳେ ସୁୂରକ୍ଷାକର୍ମୀମାନେ ଏହି ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି। ଭାରତୀୟ ସେନା ଏବଂ କାଶ୍ମୀର ପୁଲିସର ମିଳିତ ଅପରେସନ ଯୋଗୁଁ ଏହା ସଫଳ ହୋଇଛି। ତେବେ ସପ୍ତାହକ ମଧ୍ୟରେ ଏହା ଦ୍ବିତୀୟ […]
ଶ୍ରୀନଗର : କାଶ୍ମୀରର କୁପୱାଡ଼ାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀମାନେ ଆଜି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀର ପଟୁ ୪ ଜଣ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବାବେଳେ ସୁୂରକ୍ଷାକର୍ମୀମାନେ ଏହି ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି। ଭାରତୀୟ ସେନା ଏବଂ କାଶ୍ମୀର ପୁଲିସର ମିଳିତ ଅପରେସନ ଯୋଗୁଁ ଏହା ସଫଳ ହୋଇଛି। ତେବେ ସପ୍ତାହକ ମଧ୍ୟରେ ଏହା ଦ୍ବିତୀୟ ଅନୁପ୍ରବେଶ ଉଦ୍ୟମ। କୁପୱାଡ଼ାର ମଚ୍ଛଲ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଆଜି ଗୁଳି ବିନିମୟ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ କୁପୱାଡ଼ାରେ ୫ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଥିଲେ।




