କାର ଦୁର୍ଘଟଣାରେ ବିଆର୍‌ଏସ ବିଧାୟକ ଲାସ୍ୟ ନନ୍ଦିତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତି ବିଧାୟକ ଏବଂ ତେଲେଙ୍ଗାନା ବିଧାନସଭା ସଦସ୍ୟ ଜି ଲାସ୍ୟ ନନ୍ଦିତାଙ୍କର ଶୁକ୍ରବାର ଦିନ ସଙ୍ଗରେଡ୍ଡିରେ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସଙ୍ଗ‌ରେଡ୍ଡିର ଅମିନପୁର ମଣ୍ଡଳରେ ସୁଲତାନପୁର ଆ‌ଉଟର ରିଙ୍ଗ ରୋଡ୍‌ (ଓଆରଆର)ରେ ଏହି ଦୁର୍ଘଟଣା ହୋଇଛି। ନନ୍ଦିତାଙ୍କର ୩୭ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା। ସେ ଏସୟୁଭିରେ ଯାତ୍ରା କରୁଥିବାବେଳେ ଗାଡ଼ି ଡ୍ରାଇଭର ହଠାତ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ ଏବଂ ଏହା ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ବିଧାୟକ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତି ବିଧାୟକ ଏବଂ ତେଲେଙ୍ଗାନା ବିଧାନସଭା ସଦସ୍ୟ ଜି ଲାସ୍ୟ ନନ୍ଦିତାଙ୍କର ଶୁକ୍ରବାର ଦିନ ସଙ୍ଗରେଡ୍ଡିରେ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସଙ୍ଗ‌ରେଡ୍ଡିର ଅମିନପୁର ମଣ୍ଡଳରେ ସୁଲତାନପୁର ଆ‌ଉଟର ରିଙ୍ଗ ରୋଡ୍‌ (ଓଆରଆର)ରେ ଏହି ଦୁର୍ଘଟଣା ହୋଇଛି। ନନ୍ଦିତାଙ୍କର ୩୭ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା। ସେ ଏସୟୁଭିରେ ଯାତ୍ରା କରୁଥିବାବେଳେ ଗାଡ଼ି ଡ୍ରାଇଭର ହଠାତ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ ଏବଂ ଏହା ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ବିଧାୟକ ଅତି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ ଡ୍ରାଇଭରଙ୍କୁ ଚିକିତ୍ସା କରାଯାଉଛି। ସଙ୍ଗରେଡ୍ଡ ଏସପି ସିଏଚ ରୁପେଶ କହିଛନ୍ତି, ଲାସ୍ୟ ନନ୍ଦିତା ବସରାରୁ ଗଡ଼ଚିରୋଲି ଅଭିମୁଘଖେ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଡ୍ରାସଇଭର ଘୁମାଇ ପଡ଼ିଥିବାରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି। ୧୯୮୬ରେ ଜନ୍ମ ହୋଇଥିବା ଲାସ୍ୟ ନନ୍ଦିତା ଗତ ଗୋଟିଏ ଦଶନ୍ଧୀ ହେବ ରାଜନୀତିରେ ପ୍ରବେଶ କରିଥିଲେ। ସିକନ୍ଦରାବାଦ କ୍ାିବଣ୍ଟନ‌ମେଣ୍ଟରୁ ବିଧାୟକ ନିର୍ବା‌ଚିତ ହେବା ପୂର୍ବରୁ ସେ କବାଡ଼ିଗୁଡ଼ାରୁ କର୍ପୋରେଟର ହୋଇଥିଲେ।

Tags: