ମହାଦେବ ଆପ୍ ମାମଲାରେ ବାଘେଲଙ୍କ ଉପରେ ବର୍ଷିଲେ ମୋଦୀ
ରାୟଗଡ଼ : ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଚୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମୁଙ୍ଗେଲିରେ ନିର୍ବାଚନ ପ୍ରଚାର କରିଛନ୍ତି। ଏକ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଜ୍ୟରେ କଂଗ୍ରେସ ଦଳର ବିଦାୟ ପାଇଁ ଆନୁଷ୍ଠାନିକ ଭାବେ ଅବଗଣନା ଆରମ୍ଭ ହୋଇଯାଇଛି। ବିଜୟ ସଂକଳ୍ପ ମହାରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ମହାଦେବ ବେଟିଂ ଆପ୍ ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଉପରେ […]
ରାୟଗଡ଼ : ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଚୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମୁଙ୍ଗେଲିରେ ନିର୍ବାଚନ ପ୍ରଚାର କରିଛନ୍ତି। ଏକ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଜ୍ୟରେ କଂଗ୍ରେସ ଦଳର ବିଦାୟ ପାଇଁ ଆନୁଷ୍ଠାନିକ ଭାବେ ଅବଗଣନା ଆରମ୍ଭ ହୋଇଯାଇଛି। ବିଜୟ ସଂକଳ୍ପ ମହାରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ମହାଦେବ ବେଟିଂ ଆପ୍ ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ କଂଗ୍ରେସକୁ କିଛି ପ୍ରଶ୍ନ ପଚାରିବାକୁ ଚାହୁଛି। ‘ମହାଦେବ ବେଟିଂ ଆପ୍ ଦୁର୍ନୀତି’ର ମୂଲ୍ୟ ୫୦୮ କୋଟି ଟଙ୍କା ହୋଇଥିବା ବେଳେ ତଦନ୍ତକାରୀ ଏଜେନ୍ସିମାନେ ଏହି ମାମଲାରେ ବହୁ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ମଧ୍ୟ ଜେଲରେ ଅଛନ୍ତି। ତେବେ ଏଥିରେ ମୁଖ୍ୟମନ୍ତ୍ରୀ କେତେ ଟଙ୍କା ପାଇଛନ୍ତି ତାହା କଂଗ୍ରେସ ପ୍ରକାଶ କରିବା ଦରକାର। ବିଜେପି କ୍ଷମତାକୁ ଆସିବା ପରେ ଛତିଶଗଡ଼ରେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କଂଗ୍ରେସ ପଛୁଆ ସମ୍ପ୍ରଦାୟର କଲ୍ୟାଣ ବଦଳରେ ଭୋଟ୍ ବ୍ୟାଙ୍କ ରାଜନୀତିକୁ ପ୍ରାଥମିକତା ଦେଉଛି ବୋଲି ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ
୨୦ଟି ଆସନ ପାଇଁ ନଭେମ୍ବର ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିଲା। ବାକି ୭୦ଟି ଆସନ ପାଇଁ ନଭେମ୍ବର ୧୭ତାରିଖରେ ମତଦାନ ହେବ ଏବଂ ଡିସେମ୍ବର ୩ ତାରିଖରେ ଭୋଟ୍ ଫଳାଫଳ ଆସିବ।




