କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ନିର୍ଯାତନା, ପ୍ରତି ଜିଲ୍ଲାରେ ତୁରନ୍ତ ଅଧିକାରୀ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ନିର୍ଯାତନା (ନିବାରଣ ଓ ସମାଧାନ) ଆଇନ ବା ପୋସ୍ ଆଇନ ଅଧୀନରେ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ଅଧିକାରୀଙ୍କୁ ତୁରନ୍ତ ନିଯୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେତେକ ରାଜ୍ୟ ଆଇନଗତ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଅମଲାମାନଙ୍କୁ ଯେଉଁଭଳି ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି ତାହା ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ୪ ସପ୍ତାହ ମଧ୍ୟରେ […]
ନୂଆଦିଲ୍ଲୀ: କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ନିର୍ଯାତନା (ନିବାରଣ ଓ ସମାଧାନ) ଆଇନ ବା ପୋସ୍ ଆଇନ ଅଧୀନରେ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ଅଧିକାରୀଙ୍କୁ ତୁରନ୍ତ ନିଯୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେତେକ ରାଜ୍ୟ ଆଇନଗତ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଅମଲାମାନଙ୍କୁ ଯେଉଁଭଳି ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି ତାହା ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜିଲ୍ଲା ଅଧିକାରୀମାନଙ୍କ ନିଯୁକ୍ତିକୁ ସଂପୃକ୍ତ ପ୍ରମୁଖ ସଚିବମାନେ ବ୍ୟକ୍ତିଗତ ଭାବେ ନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଏସ୍ ରବୀନ୍ଦ୍ର ଭଟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଏହି ବ୍ୟବସ୍ଥାରେ ଜିଲ୍ଲାସ୍ତରର ଅଧିକାରୀ ହେଉଛନ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଜିଲ୍ଲା ଅଧିକାରୀ ନିଯୁକ୍ତି ଦେବାରେ ବିଫଳତା ଦ୍ବାରା ସ୍ଥାନୀୟ କମିଟି ଏବଂ ନୋଡାଲ ଅଧିକାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବ।




