କାବେରୀ ଜଳବିବାଦ ପ୍ରସଙ୍ଗରେ କର୍ଣ୍ଣାଟକ ବନ୍ଦ, ୬୦ ଅଟକ, ୪୪ ବିମାନ ବାତିଲ

ବେଙ୍ଗାଲୁରୁ : କାବେରୀ ଜଳ ବିବାଦ ପ୍ରସଙ୍ଗରେ ଆଜି କର୍ଣ୍ଣାଟକରେ ବନ୍ଦ ପାଳନ ‌ହୋଇଛି। କର୍ଣ୍ଣାଟକରୁ ତାମିଲନାଡ଼ୁକୁ କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ନେଇ ଏହି ବନ୍ଦ ପାଳନ ହୋଇଛି। ବନ୍ଦ ଯୋଗୁଁ କର୍ଣ୍ଣାଟକରେ ସାଧାରଣ ଜୀବନ ପ୍ରଭାବିତ ‌ହୋଇଛି। ଆନ୍ଦୋଳନରତ କନ୍ନଡ଼ ସମର୍ଥିତ ଗୋଷ୍ଠୀର ୫୦ରୁ ଅଧିକ ସଦସ୍ୟଙ୍କୁ ଆଜି ପୁଲିସ ଅଟକ ରଖିଛି। କେମ୍ପେଗୌଡ଼ା ବିମାନବନ୍ଦରରୁ ଉଡ଼ାଣ ଏବଂ ଅବତରଣ କରିବାକୁ ଥିବା ୪୪ଟି ବିମାନ ବାତିଲ କରାଯାଇଛି। ବେଙ୍ଗାଲୁରୁ ଏବଂ ମାଣ୍ଡ୍ୟାରେ ଧାରା […]

Samaya Live Picture
Published On

ବେଙ୍ଗାଲୁରୁ : କାବେରୀ ଜଳ ବିବାଦ ପ୍ରସଙ୍ଗରେ ଆଜି କର୍ଣ୍ଣାଟକରେ ବନ୍ଦ ପାଳନ ‌ହୋଇଛି। କର୍ଣ୍ଣାଟକରୁ ତାମିଲନାଡ଼ୁକୁ କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ନେଇ ଏହି ବନ୍ଦ ପାଳନ ହୋଇଛି। ବନ୍ଦ ଯୋଗୁଁ କର୍ଣ୍ଣାଟକରେ ସାଧାରଣ ଜୀବନ ପ୍ରଭାବିତ ‌ହୋଇଛି। ଆନ୍ଦୋଳନରତ କନ୍ନଡ଼ ସମର୍ଥିତ ଗୋଷ୍ଠୀର ୫୦ରୁ ଅଧିକ ସଦସ୍ୟଙ୍କୁ ଆଜି ପୁଲିସ ଅଟକ ରଖିଛି। କେମ୍ପେଗୌଡ଼ା ବିମାନବନ୍ଦରରୁ ଉଡ଼ାଣ ଏବଂ ଅବତରଣ କରିବାକୁ ଥିବା ୪୪ଟି ବିମାନ ବାତିଲ କରାଯାଇଛି। ବେଙ୍ଗାଲୁରୁ ଏବଂ ମାଣ୍ଡ୍ୟାରେ ଧାରା ୧୪୪ ଜାରି ‌ହୋଇଛି। କେବଳ ଫ୍ରିଡମ ପାର୍କ‌ରେ ଆନ୍ଦୋଳନ ପାଇଁ ଅନୁମତି ମିଳିଛି। ଚିକ୍କମଙ୍ଗଲୁରରେ ଆନ୍ଦୋଳନକାରୀମାନେ ପେଟ୍ରୋଲ୍‌ ବଙ୍କ୍‌ରେ ପଶି ଆନ୍ଦୋଳନ କରିଛନ୍ତି। ସେମାନେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ବେଙ୍ଗାଲୁରୁରେ ଅନେକ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି। ବନ୍ଦକୁ ୧୯୦୦ରୁ ଅଧିକ ସଂଗଠନ ସମର୍ଥନ ପ୍ରଦାନ କରୁଛନ୍ତି। ଯାତାୟତ ଏବଂ ଗମନାଗମନରେ ବାଧା ଉପୁଜିଛି। ସ୍କୁଲ୍‌, କଲେଜ ବନ୍ଦ ରହିଛି।

Tags: