କାନାଡାରେ ସଡ଼କ ଦୁର୍ଘଟଣାରେ ଭାରତୀୟ ଦମ୍ପତି ଓ ନାତୁଣୀ ମୃତ
ନୂଆଦିଲ୍ଲୀ: କାନାଡାର ଅଣ୍ଟାରିଓ ପ୍ରଦେଶରେ ଗାଡ଼ି ଧକ୍କା ହେବା ଫଳରେ ଜଣେ ଭାରତୀୟ ଦମ୍ପତି ଓ ସେମାନଙ୍କର ତିନିମାସର ନାତି ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭୁଲ ଦିଗରେ ଗାଡି ଚଳାଉଥିବା ଏକ ମଦ ଦୋକାନ ଡକାୟତିର ଜଣେ ସନ୍ଦିଗ୍ଧଙ୍କୁ ପୁଲିସ ପିଛା କରିବା ପରେ ଏହି ଘଟଣା ଘଟିଛି। ଟରଣ୍ଟୋଠାରୁ ପ୍ରାୟ ୫୦ କିଲୋମିଟର ପୂର୍ବରେ ଥିବା ହ୍ୱିଟ୍ବିରେ ୪୦୧ ନମ୍ବର ଜାତୀୟ ରାଜପଥରେ ଘଟଣାସ୍ଥଳରେ ସମସ୍ତ ୪ ଜଣଙ୍କୁ ମୃତ ଘୋଷଣା କରାଯାଇଛି। […]
ନୂଆଦିଲ୍ଲୀ: କାନାଡାର ଅଣ୍ଟାରିଓ ପ୍ରଦେଶରେ ଗାଡ଼ି ଧକ୍କା ହେବା ଫଳରେ ଜଣେ ଭାରତୀୟ ଦମ୍ପତି ଓ ସେମାନଙ୍କର ତିନିମାସର ନାତି ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭୁଲ ଦିଗରେ ଗାଡି ଚଳାଉଥିବା ଏକ ମଦ ଦୋକାନ ଡକାୟତିର ଜଣେ ସନ୍ଦିଗ୍ଧଙ୍କୁ ପୁଲିସ ପିଛା କରିବା ପରେ ଏହି ଘଟଣା ଘଟିଛି। ଟରଣ୍ଟୋଠାରୁ ପ୍ରାୟ ୫୦ କିଲୋମିଟର ପୂର୍ବରେ ଥିବା ହ୍ୱିଟ୍ବିରେ ୪୦୧ ନମ୍ବର ଜାତୀୟ ରାଜପଥରେ ଘଟଣାସ୍ଥଳରେ ସମସ୍ତ ୪ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଅଣ୍ଟାରିଓର ସ୍ପେସାଲ ଇନଭେଷ୍ଟିଗେସନ ୟୁନିଟ୍ (ଏସ୍ଆଇୟୁ) ପ୍ରକାଶ କରିଛି ଯେ ମୃତକଙ୍କ ମଧ୍ୟରୁ ଜଣେ ୬୦ ବର୍ଷୀୟ ପୁରୁଷ ଏବଂ ଜଣେ ୫୫ ବର୍ଷୀୟା ମହିଳା ଭାରତରୁ ଆସିଥିଲେ। ତେବେ ଏସ୍ଆଇୟୁ ସେମାନଙ୍କ ପରିଚୟ ପ୍ରକାଶ କରିନାହିଁ। ଏହି ଧକ୍କାରେ ଦମ୍ପତିଙ୍କ ୩ ମାସର ନାତିର ମଧ୍ୟ ମୃତ୍ୟୁ ଘଟିଥିବା ବେଳେ ଶିଶୁର ୩୩ ବର୍ଷୀୟ ବାପା ଓ ୨୭ ବର୍ଷୀୟା ମା’ ଆହତ ହୋଇଥିଲେ। ମା’ଙ୍କ ଆଘାତ ଗୁରୁତର ବୋଲି ଜଣାପଡ଼ିଛି




