କାନାଡ଼ା ହତ୍ୟାକାରୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି : ବାଂଲାଦେଶ ବିଦେଶ ମନ୍ତ୍ରୀ
ନୂଆଦିଲ୍ଲୀ: ଭାରତ-କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଘନିଭୂତ ହୋଇଥିବାବେଳେ ଭାରତ ସମର୍ଥନରେ ଏବେ ସ୍ବର ବଢ଼ୁଛି। ବାଂଲାଦେଶ ବିଦେଶ ମନ୍ତ୍ରୀ ଏକେ ଅବଦୁଲ ମୋମେନ୍ ଭାରତକୁ ସମର୍ଥନ କରିଥିବା ବେଳେ କାନାଡ଼ାକୁ ସିଧାସଳଖ ଆକ୍ରମଣ କରିଛନ୍ତି। ଏକେ ଅବଦୁଲ କହିଛନ୍ତି, କାନାଡ଼ା ଏବେ ହତ୍ୟାକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି। ହତ୍ୟାକାରୀମାନେ କାନାଡ଼ା ଯାଇ ଆଶ୍ରୟ ନେଉଛନ୍ତି ଏବଂ ସେଠାରେ ସେମାନେ ଅତି ଚମତ୍କାର ଜୀବନ ଅତିବାହିତ କରୁଛନ୍ତି। ଅନ୍ୟପକ୍ଷେ ଯେଉଁମାନଙ୍କୁ ସେମାନେ ହତ୍ୟା କରୁଛନ୍ତି ସେମାନଙ୍କ ସମ୍ପର୍କୀୟ କ୍ଷତି […]
ନୂଆଦିଲ୍ଲୀ: ଭାରତ-କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଘନିଭୂତ ହୋଇଥିବାବେଳେ ଭାରତ ସମର୍ଥନରେ ଏବେ ସ୍ବର ବଢ଼ୁଛି। ବାଂଲାଦେଶ ବିଦେଶ ମନ୍ତ୍ରୀ ଏକେ ଅବଦୁଲ ମୋମେନ୍ ଭାରତକୁ ସମର୍ଥନ କରିଥିବା ବେଳେ କାନାଡ଼ାକୁ ସିଧାସଳଖ ଆକ୍ରମଣ କରିଛନ୍ତି। ଏକେ ଅବଦୁଲ କହିଛନ୍ତି, କାନାଡ଼ା ଏବେ ହତ୍ୟାକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି। ହତ୍ୟାକାରୀମାନେ କାନାଡ଼ା ଯାଇ ଆଶ୍ରୟ ନେଉଛନ୍ତି ଏବଂ ସେଠାରେ ସେମାନେ ଅତି ଚମତ୍କାର ଜୀବନ ଅତିବାହିତ କରୁଛନ୍ତି। ଅନ୍ୟପକ୍ଷେ ଯେଉଁମାନଙ୍କୁ ସେମାନେ ହତ୍ୟା କରୁଛନ୍ତି ସେମାନଙ୍କ ସମ୍ପର୍କୀୟ କ୍ଷତି ସହୁଛନ୍ତି। କାନାଡ଼ା ହତ୍ୟାକାରୀଙ୍କ ପାଇଁ ପେଣ୍ଠସ୍ଥଳୀ ନହେବା ଉଚିତ ବୋଲି ସେ କହିଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କାନାଡ଼ାରେ ନିଜାର ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଅଛି ବୋଲି ସଂସଦରେ ଟିପ୍ପଣୀ ଦେବା ପରଠାରୁ ଭାରତ-କାନାଡ଼ା କୂଟନୈତିକ ବିବାଦ ବଢ଼ିବାରେ ଲାଗିଛି।




