କାନାଡ଼ା ସ୍ଥିତ ଭାରତୀୟ ଦୂତାବାସ ବାହାରେ ଖଲିସ୍ତାନୀ ଗୋଷ୍ଠୀର ଆନ୍ଦୋଳନ ଡାକରା

ନୂଆଦିଲ୍ଲୀ: କାନାଡ଼ା ସ୍ଥିତ ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନ କରିବା ପାଇଁ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଏହାର ଅନୁଗାମୀମାନଙ୍କୁ ଅନୁରୋଧ କରିଛି। କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସଂସଦରେ ଟିପ୍ପଣୀ ରଖିବା ପରଠାରୁ ଭାରତ-କାନାଡ଼ା କୂଟନୈତିକ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଏଭଳି ସମୟରେ ଖଲିସ୍ତାନୀ ଗୋଷ୍ଠୀ ଏହାର ସଦସ୍ୟମାନଙ୍କୁ ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଛି। […]

Samaya Live Picture
Published On

ନୂଆଦିଲ୍ଲୀ: କାନାଡ଼ା ସ୍ଥିତ ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନ କରିବା ପାଇଁ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଏହାର ଅନୁଗାମୀମାନଙ୍କୁ ଅନୁରୋଧ କରିଛି। କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସଂସଦରେ ଟିପ୍ପଣୀ ରଖିବା ପରଠାରୁ ଭାରତ-କାନାଡ଼ା କୂଟନୈତିକ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଏଭଳି ସମୟରେ ଖଲିସ୍ତାନୀ ଗୋଷ୍ଠୀ ଏହାର ସଦସ୍ୟମାନଙ୍କୁ ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଛି। କାନାଡ଼ାରେ ଶିଖ୍‌ଙ୍କ ପାଇଁ ନ୍ୟାୟ ଦାବି କରୁଥିବା ଏକ ଅନୁଷ୍ଠାନର ଜଣେ ନିର୍ଦ୍ଦେଶକ କହିଛନ୍ତି, ତାଙ୍କ ଅନୁଷ୍ଠାନ ଟରଣ୍ଟୋ, ଓଟା‌ୱା ଏବଂ ଅନ୍ୟାନ ସ୍ଥାନରେ ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନର ନେତୃତ୍ବ ନେବ। ଖଲିସ୍ତାନୀ ଗୋଷ୍ଠୀ ଏସଏଫ୍‌ଜେ (ସିଖ୍‌ସ ଫର୍‌ ଜଷ୍ଟିସ୍‌) ଦ୍ବାରା କାନାଡ଼ାର ପ୍ରମୁଖ ସହର ଗୁଡ଼ିକରେ ଥିବା ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନ ଡାକରା ଦିଆଯାଇଥିବାବେଳେ ଟ‌ରଣ୍ଟୋ, ଓଟ୍ଟାୱା ସ୍ଥିତ ଭାରତୀୟ ଦୂତାବାସ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସ୍ଥିତି ଯାଞ୍ଚ ପାଇଁ ସ୍ଥାନୀୟ ପୁଲିସ ଏବଂ ସଂଘୀୟ ପୁଲିସ ମୁତୟନ ହୋଇଛନ୍ତି।

Tags: