କାନାଡ଼ା ବିରୋଧରେ ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ, ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ: କାନାଡ଼ା ମାଟିରେ ଶିଖ୍‌ ଉଗ୍ରପନ୍ଥୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଅଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିବା ପରଠାରୁ ଭାରତ-କାନାଡ଼ା କୂଟନୈତିକ ବିବାଦ ଘନେଇବାରେ ଲାଗିଛି। ଭାରତରେ ଥିବା କାନାଡ଼ାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିନେବାପାଇଁ ଭାରତ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରିଛି। ଅକ୍ଟୋବର ୧୦ ସୁଦ୍ଧା କାନାଡ଼ା ଏହାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାପାଇଁ ଭାରତ କହିଛି। ଭାରତରେ କାନାଡ଼ାର ୬୨ କୂଟନୀତିଜ୍ଞ […]

Samaya Live Picture
Published On

ନୂଆଦିଲ୍ଲୀ: କାନାଡ଼ା ମାଟିରେ ଶିଖ୍‌ ଉଗ୍ରପନ୍ଥୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଅଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିବା ପରଠାରୁ ଭାରତ-କାନାଡ଼ା କୂଟନୈତିକ ବିବାଦ ଘନେଇବାରେ ଲାଗିଛି। ଭାରତରେ ଥିବା କାନାଡ଼ାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିନେବାପାଇଁ ଭାରତ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରିଛି। ଅକ୍ଟୋବର ୧୦ ସୁଦ୍ଧା କାନାଡ଼ା ଏହାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାପାଇଁ ଭାରତ କହିଛି। ଭାରତରେ କାନାଡ଼ାର ୬୨ କୂଟନୀତିଜ୍ଞ ଅଛନ୍ତି ଏବଂ ଏଥି ମଧ୍ୟରୁ ୪୧ ଜଣଙ୍କୁ କମାଇଦେବାପାଇଁ ଭାରତ ନିର୍ଦ୍ଦେଶ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଭାରତ କାନାଡ଼ାକୁ ଏହାର କୂଟନୈତିକ ଅବସ୍ଥିତିକୁ କମାଇବାପାଇଁ କହିଥିଲା। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବା‌ଗ୍‌ଚି କହିଛନ୍ତି, ଭାରତରେ କାନାଡ଼ାର କୂଟନୀତିଜ୍ଞଙ୍କ ସଂଖ୍ୟା ଯେତିକି କାନାଡ଼ାରେ ଭାରତ ତୁଳନାରେ ଯଥେଷ୍ଟ ଅଧିକ କୂଟନୀତିଜ୍ଞ ଅଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭାରତ ଏବଂ କାନାଡ଼ା ପରସ୍ପରର ଜଣେ ଲେଖାଏଁ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ। ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଅଛି ବୋଲି କାନାଡ଼ା ଅଭିଯୋଗ କରିବା ପରଠାରୁ ଭାରତ-କାନାଡ଼ା କୂଟନୈତିକ ସମ୍ପର୍କ ଅତି ତିକ୍ତ ହେବାରେ ଲାଗିଛି। ଇତି ମଧ୍ୟରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ଆମେ ବିବାଦ ବଢ଼ାଇବାକୁ ଚାହୁନା।

Tags: