କାନାଡ଼ା ବିବାଦ ପାଇଁ ଭାରତ-ଆମେରିକା ସମ୍ପର୍କ ଖରାପ୍ ହୋଇପାରେ : ଆମେରିକା ରାଷ୍ଟ୍ରଦୂତ
ନୂଆଦଲ୍ଲୀ: ଭାରତକୁ ଆମେରିକାର ଆମ୍ବାସାଡର ଏରିକ ଗାରସେଟ୍ଟି ଆଜି ତାଙ୍କ ରାଷ୍ଟ୍ରର ଟିମ୍କୁ କହିଛନ୍ତି, ଭାରତ-କାନାଡ଼ା କୂଟନୈତିକ ବିବାଦ ପାଇଁ ଭାରତ-ଆମେରିକା ସମ୍ପର୍କ କିଛି ସମୟ ପାଇଁ ଖରାପ୍ ହୋଇପାରେ। ଗାରସେଟି କହିଛନ୍ତି, ଆମେରିକା ଏକ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଭାରତୀୟ ଅଧିକାରୀଙ୍କ ସହ ଯୋଗାଯୋଗ ହ୍ରାସ କରିବାର ଆବଶ୍ୟକତା ଆସିପାରେ। ଉଲ୍ଲେଖଯୋଗ୍ୟ ଯେ ଉତ୍ତର ଆମେରିକୀୟ ରାଷ୍ଟ୍ରରେ ଗତ କିଛି ମାସ ଧରି ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀଙ୍କ କାର୍ଯ୍ୟକଳାପ ପାଇଁ ଭାରତ-ଆମେରିକା ସମ୍ପର୍କ ପ୍ରବଳ ଚାପରେ […]
ନୂଆଦଲ୍ଲୀ: ଭାରତକୁ ଆମେରିକାର ଆମ୍ବାସାଡର ଏରିକ ଗାରସେଟ୍ଟି ଆଜି ତାଙ୍କ ରାଷ୍ଟ୍ରର ଟିମ୍କୁ କହିଛନ୍ତି, ଭାରତ-କାନାଡ଼ା କୂଟନୈତିକ ବିବାଦ ପାଇଁ ଭାରତ-ଆମେରିକା ସମ୍ପର୍କ କିଛି ସମୟ ପାଇଁ ଖରାପ୍ ହୋଇପାରେ। ଗାରସେଟି କହିଛନ୍ତି, ଆମେରିକା ଏକ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଭାରତୀୟ ଅଧିକାରୀଙ୍କ ସହ ଯୋଗାଯୋଗ ହ୍ରାସ କରିବାର ଆବଶ୍ୟକତା ଆସିପାରେ। ଉଲ୍ଲେଖଯୋଗ୍ୟ ଯେ ଉତ୍ତର ଆମେରିକୀୟ ରାଷ୍ଟ୍ରରେ ଗତ କିଛି ମାସ ଧରି ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀଙ୍କ କାର୍ଯ୍ୟକଳାପ ପାଇଁ ଭାରତ-ଆମେରିକା ସମ୍ପର୍କ ପ୍ରବଳ ଚାପରେ ରହିଛି। ଉଲ୍ଲେଖଯୋଗ୍ୟ ଯେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଦାବି କରିବା ପରଠାରୁ ଭାରତ-କାନାଡ଼ା କୂଟନୈତିକ ସମ୍ପର୍କ ଖରାପ୍ ହେବାରେ ଲାଗିଛି।




