କାନାଡ଼ାରେ ବିମାନ ଦୁର୍ଘଟଣାରେ ୨ ଭାରତୀୟ ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଳୀ : କାନାଡ଼ାର ବ୍ରିଟିସ କଲମ୍ବିୟା ପ୍ରଦେଶରେ ବିମାନ ଦୁର୍ଘଟଣା ହୋଇ ୨ ଭାରତୀୟ ଟ୍ରେନି ପାଇଲଟଙ୍କର ମୃତ୍ୟୁ ହୋଇଯାଇଛି। ୨ ପାଇଲଟ୍‌ ଅଭୟ ଗଦରୁ ଏବଂ ୟଶ ବିଜୟ ରାମୁଗଡ଼େ ହେଉଛନ୍ତି ମୁମ୍ବାଇ ବାସିନ୍ଦା। କାନାଡ଼ା ପୁଲିସ ଅଧିକାରୀଙ୍କ ଅନୁଯାୟୀ ୨ ଇଞ୍ଚିନ ବିଶିଷ୍ଟ ଏକ ହାଲୁକା ପାଇପର ପିଏ-୩୪ ସେନେକା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଗଛ ଉପରେ ଖସି ପଡ଼ିଥିଲା। ଦୁର୍ଘଟଣାରେ ୨ ଭାରତୀୟ ଟ୍ରେନି ପାଇଲଟଙ୍କ ବାଦ୍‌ ଅନ୍ୟ ଜଣେ ପାଇଲଟଙ୍କର […]

Samaya Live Picture
Published On

ନୂଆଦିଲ୍ଳୀ : କାନାଡ଼ାର ବ୍ରିଟିସ କଲମ୍ବିୟା ପ୍ରଦେଶରେ ବିମାନ ଦୁର୍ଘଟଣା ହୋଇ ୨ ଭାରତୀୟ ଟ୍ରେନି ପାଇଲଟଙ୍କର ମୃତ୍ୟୁ ହୋଇଯାଇଛି। ୨ ପାଇଲଟ୍‌ ଅଭୟ ଗଦରୁ ଏବଂ ୟଶ ବିଜୟ ରାମୁଗଡ଼େ ହେଉଛନ୍ତି ମୁମ୍ବାଇ ବାସିନ୍ଦା। କାନାଡ଼ା ପୁଲିସ ଅଧିକାରୀଙ୍କ ଅନୁଯାୟୀ ୨ ଇଞ୍ଚିନ ବିଶିଷ୍ଟ ଏକ ହାଲୁକା ପାଇପର ପିଏ-୩୪ ସେନେକା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଗଛ ଉପରେ ଖସି ପଡ଼ିଥିଲା। ଦୁର୍ଘଟଣାରେ ୨ ଭାରତୀୟ ଟ୍ରେନି ପାଇଲଟଙ୍କ ବାଦ୍‌ ଅନ୍ୟ ଜଣେ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ବିମାନ ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନି। କାନାଡ଼ାର ଟ୍ରାନ୍ସପୋର୍ଟେସନ ସେଫ୍‌ଟି ବୋର୍ଡ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: