କାନାଡ଼ାରେ ଜନ୍ମଦିନ ପାଳନ ବେଳେ ହ୍ରଦରେ ବୁଡ଼ିଯାଇ ତେଲେଙ୍ଗାନା ଛାତ୍ର ପ୍ରଣୀତଙ୍କ ମୃତ୍ୟୁ
ହାଇଦ୍ରାବାଦ: କାନାଡ଼ାରେ ତେଲେଙ୍ଗାନାର ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ସେ ପଢ଼ିବା ପାଇଁ କାନାଡ଼ା ଯାଇଥିଲେ। ଟରଣ୍ଟୋର ଏକ ହ୍ରଦରେ ସାଙ୍ଗ ସହିତ ପହଁରିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଛାତ୍ର ଜଣକ ହେଲେ ପ୍ରଣୀତ। ତାଙ୍କ ଘର ରାଙ୍ଗାରେଡ୍ଡୀ ଜିଲ୍ଲା ମୀରପେଟ୍ରେ। କାନାଡ଼ାରେ ସେ ପାଠପଢ଼ା ଶେଷ କରିଛନ୍ତି। ପରିବାର ସଦସ୍ୟଙ୍କୁ ଛାତ୍ରଙ୍କ ମୃତ୍ୟୁ ସଂପର୍କରେ ଜଣାଇ ଦିଆଯାଇଛି। ପ୍ରଣୀତ ନିଜର ଜନ୍ମଦିନ ପାଳନ କରିବା ପାଇଁ ସାଙ୍ଗମାନଙ୍କ ସହିତ ବାହାରେ ବୁଲିବାକୁ ଯାଇଥିଲେ। […]
ହାଇଦ୍ରାବାଦ: କାନାଡ଼ାରେ ତେଲେଙ୍ଗାନାର ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ସେ ପଢ଼ିବା ପାଇଁ କାନାଡ଼ା ଯାଇଥିଲେ। ଟରଣ୍ଟୋର ଏକ ହ୍ରଦରେ ସାଙ୍ଗ ସହିତ ପହଁରିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଛାତ୍ର ଜଣକ ହେଲେ ପ୍ରଣୀତ। ତାଙ୍କ ଘର ରାଙ୍ଗାରେଡ୍ଡୀ ଜିଲ୍ଲା ମୀରପେଟ୍ରେ। କାନାଡ଼ାରେ ସେ ପାଠପଢ଼ା ଶେଷ କରିଛନ୍ତି। ପରିବାର ସଦସ୍ୟଙ୍କୁ ଛାତ୍ରଙ୍କ ମୃତ୍ୟୁ ସଂପର୍କରେ ଜଣାଇ ଦିଆଯାଇଛି। ପ୍ରଣୀତ ନିଜର ଜନ୍ମଦିନ ପାଳନ କରିବା ପାଇଁ ସାଙ୍ଗମାନଙ୍କ ସହିତ ବାହାରେ ବୁଲିବାକୁ ଯାଇଥିଲେ। ମୃତ ଛାତ୍ରଙ୍କ ଶବକୁ ଭାରତ ଆଣିବା ଲାଗି ପରିବାର ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ୨୦୧୯ରେ ପ୍ରଣୀତ ପଢ଼ିବା ପାଇଁ କାନାଡ଼ା ଯାଇଥିଲେ। ଏହା ପରେ ତାଙ୍କ ବଡ଼ ଭାଇ ମଧ୍ୟ ୨୦୨୨ରେ ସେଠାକୁ ଯାଇଥିଲେ। ସଂପୃକ୍ତ ଛାତ୍ର ଜଣକ ପଢ଼ା ସରିବା ପରେ ଚାକିରି ଅନ୍ବେଷଣରେ ଥିଲେ। ବଡ଼ଭାଇ ଓ ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳନ ପାଇଁ ପ୍ରଣୀତ ଶନିବାର ବାହାରକୁ ଯାଇଥିଲେ। ରବିବାର ସେମାନେ ହ୍ରଦରେ ପହଁରିବାକୁ ଯାଇଥିଲେ। ସମସ୍ତେ ଫେରି ଆସିଥିଲେ ମଧ୍ୟ ସାନପୁଅ ଫେରିଲା ନାହିଁ ବୋଲି ପ୍ରଣୀତର ବାପା ସୂଚନା ଦେଇଛନ୍ତି।




