କାନା‌ଡ଼ାରେ ଖଲିସ୍ତାନୀ ସମର୍ଥକ ଓ ଭାରତୀୟ ସମୁଦାୟର ରା‌ଲି

ନୂଆଦିଲ୍ଲୀ: କାନାଡାର ଟରଣ୍ଟୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ ବାହାରେ ଖାଲିସ୍ତାନୀ ସମର୍ଥକଙ୍କ ପ୍ରତିବାଦର ମୁକାବିଲା କରିବା ପାଇଁ ଭାରତୀୟ ସମୁଦାୟର ସଦସ୍ୟମାନେ ଭାରତୀୟ ଜାତୀୟ ପତାକା ସହ ଏକ ରାଲି କରିଛନ୍ତି। ଗୋଟିଏ ପଟେ ଖାଲିସ୍ତାନୀ ସମର୍ଥକମାନେ ସେମାନଙ୍କ ପତାକା ଧରି ଦୂତାବାସ ବାହାରେ ଠିଆ ହୋଇଥିବା ବେଳେ ଅନ୍ୟପକ୍ଷରେ ଭାରତୀୟ ସମୁଦାୟର ସଦସ୍ୟମାନେ ସେମାନଙ୍କ ବିରୋଧରେ ତ୍ରିରଙ୍ଗା ସହ ଏକ ପ୍ରଦର୍ଶନ କରି ସ୍ପଷ୍ଟ ବାର୍ତ୍ତା ରଖିଥିଲେ।ଏନେଇ ଏକ ଭିଡିଓ ଜାରି ହୋଇଛି। ଭିଡିଓରେ […]

Samaya Live Picture
Published On

ନୂଆଦିଲ୍ଲୀ: କାନାଡାର ଟରଣ୍ଟୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ ବାହାରେ ଖାଲିସ୍ତାନୀ ସମର୍ଥକଙ୍କ ପ୍ରତିବାଦର ମୁକାବିଲା କରିବା ପାଇଁ ଭାରତୀୟ ସମୁଦାୟର ସଦସ୍ୟମାନେ ଭାରତୀୟ ଜାତୀୟ ପତାକା ସହ ଏକ ରାଲି କରିଛନ୍ତି। ଗୋଟିଏ ପଟେ ଖାଲିସ୍ତାନୀ ସମର୍ଥକମାନେ ସେମାନଙ୍କ ପତାକା ଧରି ଦୂତାବାସ ବାହାରେ ଠିଆ ହୋଇଥିବା ବେଳେ ଅନ୍ୟପକ୍ଷରେ ଭାରତୀୟ ସମୁଦାୟର ସଦସ୍ୟମାନେ ସେମାନଙ୍କ ବିରୋଧରେ ତ୍ରିରଙ୍ଗା ସହ ଏକ ପ୍ରଦର୍ଶନ କରି ସ୍ପଷ୍ଟ ବାର୍ତ୍ତା ରଖିଥିଲେ।ଏନେଇ ଏକ ଭିଡିଓ ଜାରି ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଖାଲିସ୍ତାନୀ ସମର୍ଥକଙ୍କ ଏକ ଦଳ ରାସ୍ତାର ଗୋଟିଏ ପାର୍ଶ୍ୱରେ ଠିଆ ହୋଇ ଖାଲିସ୍ତାନୀ ପତାକା ହଲାଉଛନ୍ତି। ପଗଡିପିନ୍ଧା ଜଣେ ବ୍ୟକ୍ତି ତ୍ରିରଙ୍ଗାକୁ ଅସମ୍ମାନିତ କରୁଥିବା ଦେଖାଯାଇଛି। ରାସ୍ତାର ଅପର ପାର୍ଶ୍ୱରେ ଭାରତୀୟ ସମୁଦାୟର ସଦସ୍ୟମାନେ ଏକ ପ୍ରତିବାଦ କରି ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ ଏବଂ ପ୍ଲାକାର୍ଡ ଧରିଥିଲେ। ଏଥିରେ ‘ଖାଲିସ୍ତାନୀ ଶିଖ୍ ନୁହନ୍ତି’ ବୋଲି ଲେଖାଥିଲା। କାନାଡାରେ ରହୁଥିବା ଭାରତୀୟମାନେ ମଧ୍ୟ ‘ଜୟ ଭାରତ ମାତା’ ଏବଂ ‘ବନ୍ଦେ ମାତରମ୍‌’ ସ୍ଲୋଗାନ ଦେଇଥିଲେ।

Tags: