କାନାଡ଼ାରେ ଉତ୍ସବ ଚାଲିଥିବାବେଳେ କାର୍‌ ମାଡ଼ିଗଲା, ୯ ଜଣଙ୍କ ମୃତ୍ୟୁ

ଭାନ୍‌କୁଭର: କାନାଡ଼ାର ଭାନ୍‌କୁଭରରେ ଶନିବାର ରାତିରେ ଏକ ଉତ୍ସବ ଚାଲିଥିବାବଳେ ହଠାତ୍‌ ଏକ କାର୍ ଭିଡ଼କୁ ଧକ୍କା ଦେଇ ମାଡ଼ି ଚାଲିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଭିଡ଼ ଉପରେ କାର୍‌ ଚଢ଼ାଇଥିବା ଡ୍ରାଇଭରକୁ ଅଟକ ରଖାଯାଇଛି। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା କେତେକ ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଅନେକ ମୃତଦେହ ପଡ଼ିରହିଛି ଏବଂ ଆହତମାନେ ସହାୟତା ପାଇଁ ଚିତ୍କାର କରୁଛନ୍ତି। ଭାଇରାଲ ହୋଇଥିବା ଭିଡିଓରେ […]

କାନାଡ଼ାରେ ଉତ୍ସବ ଚାଲିଥିବାବେଳେ କାର୍‌ ମାଡ଼ିଗଲା, ୯ ଜଣଙ୍କ ମୃତ୍ୟୁ
Samaya Live Picture
Published On

ଭାନ୍‌କୁଭର: କାନାଡ଼ାର ଭାନ୍‌କୁଭରରେ ଶନିବାର ରାତିରେ ଏକ ଉତ୍ସବ ଚାଲିଥିବାବଳେ ହଠାତ୍‌ ଏକ କାର୍ ଭିଡ଼କୁ ଧକ୍କା ଦେଇ ମାଡ଼ି ଚାଲିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଭିଡ଼ ଉପରେ କାର୍‌ ଚଢ଼ାଇଥିବା ଡ୍ରାଇଭରକୁ ଅଟକ ରଖାଯାଇଛି। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା କେତେକ ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଅନେକ ମୃତଦେହ ପଡ଼ିରହିଛି ଏବଂ ଆହତମାନେ ସହାୟତା ପାଇଁ ଚିତ୍କାର କରୁଛନ୍ତି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଭିଡ଼ ଭିତରେ ଯାଉଥିବା ଏକ କଳା ରଙ୍ଗର ଏସ୍‌ୟୁଭି ଅଚାନକ ଦ୍ରୁତ ଗତିରେ ଲୋକଙ୍କ ଉପରେ ମାଡ଼ି ଯାଉଛି। ଲୋକେ ଭୟରେ ଏଣେତେଣେ ଦୌଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି। ଲାପୁ ଲାପୁ ଦିବସ ଉତ୍ସବରେ ଏଭଳି କାଣ୍ଡ ଘଟିବା ଆତଙ୍କ ଖେଳାଇ ଦେଇଛି।

Tags: