କାନାଡ଼ାରୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିଲା ନିଜାର
ନୂଆଦିଲ୍ଲୀ: କାନାଡ଼ାରେ ନିପାତ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ୧୯୮୦ ଦଶକରୁ ତରୁଣ ବୟସରେ ଅପରାଧ ଜଗତରେ ପାଦ ଦେଇଥିଲା । ଭାରତରେ ସ୍ଥାନୀୟ ଗୁଣ୍ଡାମାନଙ୍କ ସହ ତା’ର ସମ୍ପର୍କ ଥିଲା। ଭାରତୀୟ ଅଧିକାରୀଙ୍କ ଅନୁଯାୟୀ ୧୯୯୬ରେ ସେ ନକଲି ପାସପୋର୍ଟ ଦ୍ବାରା କାନାଡ଼ା ପଳାଇଥିଲା ଏବଂ ଜଣେ ସାଧାରଣ ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିଲା। ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ତାଲିମ ପାଇଁ ସେ ପାକିସ୍ତାନ ମଧ୍ୟ ଯାଇଥିଲା। କାନାଡ଼ାରୁ ସେ ଭାରତରେ […]
ନୂଆଦିଲ୍ଲୀ: କାନାଡ଼ାରେ ନିପାତ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ୧୯୮୦ ଦଶକରୁ ତରୁଣ ବୟସରେ ଅପରାଧ ଜଗତରେ ପାଦ ଦେଇଥିଲା । ଭାରତରେ ସ୍ଥାନୀୟ ଗୁଣ୍ଡାମାନଙ୍କ ସହ ତା’ର ସମ୍ପର୍କ ଥିଲା। ଭାରତୀୟ ଅଧିକାରୀଙ୍କ ଅନୁଯାୟୀ ୧୯୯୬ରେ ସେ ନକଲି ପାସପୋର୍ଟ ଦ୍ବାରା କାନାଡ଼ା ପଳାଇଥିଲା ଏବଂ ଜଣେ ସାଧାରଣ ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିଲା। ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ତାଲିମ ପାଇଁ ସେ ପାକିସ୍ତାନ ମଧ୍ୟ ଯାଇଥିଲା। କାନାଡ଼ାରୁ ସେ ଭାରତରେ ଅନେକ ହତ୍ୟା ଓ ଆକ୍ରମଣ ପାଇଁ ଯୋଜନା କରୁଥିଲା।
ପଞ୍ଜାବ ଜଳନ୍ଧରର ନିଜାର ଗୁରନେକ ସିଂହ ଓରଫ ନେକାର ପ୍ରରୋଚନାରେ ଗ୍ୟାଙ୍ଗଷ୍ଟର ସାଜିଥିଲା। ୧୯୮୦ ଓ ୧୯୯୦ ଦଶକରେ ଖଲିସ୍ତାନୀ କମାଣ୍ଡୋ ଫୋର୍ସ (କେସିଏଫ୍) ସହ ସେ ସମ୍ପୃକ୍ତ ଥିଲା ଏବଂ ପରେ ୨୦୧୨ରୁ ଖଲିସ୍ତାନ ଟାଇଗର ଫୋର୍ସ (କେଟିଏଫ୍)ର ମୁଖ୍ୟ ଜଗତାର ସିଂହ ତାରା ସହ ଘନିଷ୍ଠ ସମ୍ପର୍କରେ ଥିଲା। ଅନେକ ଆତଙ୍କବାଦୀ ଆକ୍ରମଣରେ ତା’ ନାମ ଜଡ଼ିତ ହେବା ପରେ ସେ ୧୯୯୬ରେ କାନାଡ଼ା ଖସି ପଳାଇଥିଲା। ପରେ ସେ ପାକିସ୍ତାନ-ଭିତ୍ତିକ କେଟିଏଫ୍ ମୁଖ୍ୟ ଜଗତାର ସିଂହ ତାରା ସଂସ୍ପର୍ଶରେ ଆସିଥିଲା। ୨୦୧୨ ଏପ୍ରିଲ ମାସରେ ବୈଶାଖୀ ଜାଠ ସଦସ୍ୟଙ୍କ ପୋଷାକ ପିନ୍ଧି ନିଜାର ପାକିସ୍ତାନ ଯାଇଥିଲା ଏବଂ ସେଠାରେ ୧୫ ଦିନ କାଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ତାଲିମ ନେଇଥିଲା। କାନାଡ଼ା ଯିବା ପରେ ସେଠାରେ ସେ ନିଶା ଓ ଅସ୍ତ୍ରଶସ୍ତ୍ରର ଚୋରା କାରବାର କରୁଥିବା ସହଯୋଗୀମାନଙ୍କ ଜରିଆରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା।




