କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ମେଡିସିନରେ ନୋବେଲ
ଷ୍ଟକ୍ହୋମ୍: ଫିଜିଓଲୋଜି ବା ମେଡିସିନ (ଭେଷଜ)ରେ ଏ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କୋଭିଡ୍-୧୯ରୁ ସୁରକ୍ଷା ନିମନ୍ତେ ଏମ୍ଆର୍ଏନ୍ଏ ଟିକା ପ୍ରସ୍ତୁତ କରିଥିବା କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ପାଇଁ ଭେଷଜରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି। ହଙ୍ଗେରୀର ସୋଲନୋକଠାରେ ୧୯୫୫ରେ ଜନ୍ମିତ କାଟାଲିନ କାରିକୋ ସେଜେଡ ୟୁନିଭର୍ସିଟିର ପ୍ରଫେସର ଏବଂ ପେନସିଲଭାନିଆ ବିଶ୍ବବିଦ୍ୟାଳୟ ଅଧୀନ ପେରେଲମ୍ୟାନ ସ୍କୁଲ୍ ଅଫ୍ ମେଡିସିନର ଯୁଗ୍ମ ପ୍ରଫେସର […]
ଷ୍ଟକ୍ହୋମ୍: ଫିଜିଓଲୋଜି ବା ମେଡିସିନ (ଭେଷଜ)ରେ ଏ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କୋଭିଡ୍-୧୯ରୁ ସୁରକ୍ଷା ନିମନ୍ତେ ଏମ୍ଆର୍ଏନ୍ଏ ଟିକା ପ୍ରସ୍ତୁତ କରିଥିବା କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ପାଇଁ ଭେଷଜରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି। ହଙ୍ଗେରୀର ସୋଲନୋକଠାରେ ୧୯୫୫ରେ ଜନ୍ମିତ କାଟାଲିନ କାରିକୋ ସେଜେଡ ୟୁନିଭର୍ସିଟିର ପ୍ରଫେସର ଏବଂ ପେନସିଲଭାନିଆ ବିଶ୍ବବିଦ୍ୟାଳୟ ଅଧୀନ ପେରେଲମ୍ୟାନ ସ୍କୁଲ୍ ଅଫ୍ ମେଡିସିନର ଯୁଗ୍ମ ପ୍ରଫେସର ଅଛନ୍ତି। ସେହିପରି ଡ୍ରିଉ ୱିସମ୍ୟାନ ଭ୍ୟାକ୍ସିନ ରିସର୍ଚ୍ଚରେ ରବର୍ଟସ ଫ୍ୟାମିଲି ପ୍ରଫେସର ତଥା ପେନ ଇନ୍ଷ୍ଟିଚ୍ୟୁଟ୍ ଫର୍ ଆର୍ଏନ୍ଏ ଇନୋଭେସନ୍ସର ନିର୍ଦ୍ଦେଶକ ଅଛନ୍ତି। ୧୯୦୧ ମସିହାରୁ ଏ ପର୍ଯ୍ୟନ୍ତ ମେଡିସିନ ପାଇଁ ୧୧୩ଟି ନୋବେଲ ପୁରସ୍କାର ମିଳି ସାରିଲାଣି। ସେମାନଙ୍କ ମଧ୍ୟରୁ ୧୨ ଜଣ ହେଉଛନ୍ତି ମହିଳା।




