କାକାର ଚାପୁଡ଼ା ମାଡ଼ରେ ଝିଆରୀ ମୃତ
ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩ ବର୍ଷର ଝିଅ ସହ ତା’ କାକା ଖେଳୁଥିଲା। କାକା ତାକୁ ଗେଲରେ ଚାପୁଡ଼ା ମାରୁଥିଲା। କିନ୍ତୁ ଚାପୁଡ଼ାରେ ଝିଅଟି ତଳେ ପଡ଼ି ତା’ ମୁଣ୍ଡ ପିଟି ହୋଇଗଲା ଏବଂ ତୁରନ୍ତ ମୃତ୍ୟୁ ଘଟିଲା। କାକା ନିଜ ଦୋଷ ଘୋଡ଼ାଇବାକୁ ଯାଇ ଭାଣିଜୀର ଶରୀରକୁ ଲୁଚାଇ ଦେଇଥିଲା। କିନ୍ତୁ ଝିଅର ମା’ ଝିଅ ନିଖୋଜ ଥିବା ନେଇ ପୁଲିସରେ ଅଭିଯୋଗ କଲେ। ତାଙ୍କ ସହ […]
ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩ ବର୍ଷର ଝିଅ ସହ ତା’ କାକା ଖେଳୁଥିଲା। କାକା ତାକୁ ଗେଲରେ ଚାପୁଡ଼ା ମାରୁଥିଲା। କିନ୍ତୁ ଚାପୁଡ଼ାରେ ଝିଅଟି ତଳେ ପଡ଼ି ତା’ ମୁଣ୍ଡ ପିଟି ହୋଇଗଲା ଏବଂ ତୁରନ୍ତ ମୃତ୍ୟୁ ଘଟିଲା। କାକା ନିଜ ଦୋଷ ଘୋଡ଼ାଇବାକୁ ଯାଇ ଭାଣିଜୀର ଶରୀରକୁ ଲୁଚାଇ ଦେଇଥିଲା। କିନ୍ତୁ ଝିଅର ମା’ ଝିଅ ନିଖୋଜ ଥିବା ନେଇ ପୁଲିସରେ ଅଭିଯୋଗ କଲେ। ତାଙ୍କ ସହ ଅଭିଯୁକ୍ତ କାକା ମଧ୍ୟ ଯାଇଥିଲା। ତେବେ ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବାବେଳେ ଏହି ସୁଯୋଗରେ ଅଭିଯୁକ୍ତ କାକା ଏବଂ ତା’ର ପତ୍ନୀ ଏକ ରିକ୍ସାରେ ଯାଇ ଘରଠାରୁ କିଛି ଦୂରରେ ଥିବା ଏକ ନିଛାଟିଆ ସ୍ଥାନରେ ମୃତ ଶିଶୁକୁ ପୋଡ଼ି ଦେଇ ଆସିଥିଲେ। ଗୁରୁବାର ପୁଲିସ ସର୍ଚ୍ଚ୍ ଅପରେସନ୍ ଆରମ୍ଭ କରିଥିଲା। ଉକ୍ତ ୩ ଜଣ ମଧ୍ୟ ପୁଲିସକୁ ସହଯୋଗ କରିଥିଲେ। ରିକ୍ସାଚାଳକ ଶିଶୁର ଅର୍ଦ୍ଧଦଗ୍ଧ ଶରୀର ପାଇଥିଲେ। ପୁଲିସ ଏହାପରେ ଶିଶୁର କାକା ଏବଂ ତା ଖୁଡ଼ି ସମେତ ୨ ଜଣଙ୍କୁ ହାଜତକୁ ନେଇଥିଲା। ଜେରା ସମୟରେ ସେମାନେ ଅପରାଧ ସ୍ବୀକାର କରିଥିଲେ।




