କଶ୍ମୀରରେ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ସିଡିଏସ୍
ଶ୍ରୀନଗର: ଜମ୍ମୁ କଶ୍ମୀରରେ ଗତ କିଛି ଦିନ ଧରି ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବାରୁ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଉତ୍ତର କଶ୍ମୀରର ବାନ୍ଦିପୁରା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ମିଳିଥିବା ସୂଚନାନୁଯାୟୀ ଅରଗମ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି ଏବଂ ଘଟଣା ସ୍ଥଳରେ ଆଉ ୨ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ […]
ଶ୍ରୀନଗର: ଜମ୍ମୁ କଶ୍ମୀରରେ ଗତ କିଛି ଦିନ ଧରି ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବାରୁ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଉତ୍ତର କଶ୍ମୀରର ବାନ୍ଦିପୁରା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ମିଳିଥିବା ସୂଚନାନୁଯାୟୀ ଅରଗମ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି ଏବଂ ଘଟଣା ସ୍ଥଳରେ ଆଉ ୨ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ଦିନରେ ଜମ୍ମୁ କଶ୍ମୀର ସୁରକ୍ଷା ସ୍ଥିତି ସମୀକ୍ଷା କରିଥିବାବେଳେ ରାତିରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆଜି ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ଅନିଲ ଚୌହାନ ଜମ୍ମୁ ଏବଂ ଉଧମପୁର ଅଞ୍ଚଳରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ସିଡିଏସ୍ ଜେନେରାଲ ଚୌହାନ ଆଜି ନାରଗୋଟା ସ୍ଥିତ ୧୬ କର୍ପ୍ସେ ହେଡକ୍ବାର୍ଟରରେ ପହଞ୍ଚିଥିଲେ ଏବଂ ଏହାପରେ ସେ ଉଧମପୁର ନର୍ଦନ୍ କମାଣ୍ଡରେ ପହଞ୍ଚି ଅଞ୍ଚଳର ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ। ସେନାର ଶୀର୍ଷ କମାଣ୍ଡରମାନେ ତାଙ୍କୁ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଥିଲେ।




