କଲବଲ କରୁଛି ଗ୍ରୀଷ୍ମଲହରି: ଦେଶରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୬୦ରୁ ଅଧିକ

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ପୂର୍ବ, ଉତ୍ତର ଏବଂ ମଧ୍ୟ ଭାରତରେ ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିଛି। ପ୍ରବଳ ଗ୍ରୀଷ୍ମଲହରୀ ପାଇଁ ବିଭିନ୍ନ ରାଜ୍ୟରେ ଅଂଶୁଘାତ ଯୋଗୁଁ ୬୦ରୁ ଊର୍ଦ୍ଧ୍ବ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର , ଝାଡ଼ଖଣ୍ଡ, ଓଡ଼ିଶା, ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭର ବିଭିନ୍ନ ଅଂଶରେ ଗୁରୁବାର ସର୍ବାଧିତ ତାପମାତ୍ରା ୪୫ରୁ ୪୮ ଡିଗ୍ରି ମଧ୍ୟରେ ଥିଲା। ପଶ୍ଚିମ ମଧ୍ୟପ୍ରଦେଶ, ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ପୂର୍ବ, ଉତ୍ତର ଏବଂ ମଧ୍ୟ ଭାରତରେ ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିଛି। ପ୍ରବଳ ଗ୍ରୀଷ୍ମଲହରୀ ପାଇଁ ବିଭିନ୍ନ ରାଜ୍ୟରେ ଅଂଶୁଘାତ ଯୋଗୁଁ ୬୦ରୁ ଊର୍ଦ୍ଧ୍ବ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର , ଝାଡ଼ଖଣ୍ଡ, ଓଡ଼ିଶା, ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭର ବିଭିନ୍ନ ଅଂଶରେ ଗୁରୁବାର ସର୍ବାଧିତ ତାପମାତ୍ରା ୪୫ରୁ ୪୮ ଡିଗ୍ରି ମଧ୍ୟରେ ଥିଲା। ପଶ୍ଚିମ ମଧ୍ୟପ୍ରଦେଶ, ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ ୟନମର ଅନେକ ଅଂଶରେ ସର୍ବାଧିକ ୪୨-୪୫ ଡିଗ୍ରି ତାପମାତ୍ରା ରହିଥିଲା। ଆସନ୍ତାକାଲି ମଧ୍ୟ ଆଇଏମଡି ପଂଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଗ୍ରୀଷ୍ମଲହରୀ ନେଇ ସତର୍କ କରାଇଛନ୍ତି। ପଂଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ , ବିହାର ଏବଂ ଓଡ଼ିଶାରେ ଉଭୟ ମେ’ ୩୧ ଏବଂ ଜୁନ୍ ୧ ତାରିଖରେ ରାତି ସମୟର ତାତି ଅଧିକ ରହିବ ବୋଲି ଆକଳନ କରାଯାଇଛି। । ଦିଲ୍ଲୀ, ହରିୟାଣା , ଉତ୍ତରପ୍ରଦେଶ ଏବଂ ଚଣ୍ଡିଗଡ଼ରେ ଆସନ୍ତାକାଲି ଅତି ସାଂଘାତିକ ଧୂଳିଝଡ଼ ହେବ ବୋଲି ଆକଳନ କରାଯାଉଛି।

Tags: