କର୍ନି ସେନା ମୁଖ୍ୟଙ୍କ ହତ୍ୟାକାରୀ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜପୁତ କର୍ନି ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଦିଙ୍କୁ ଗୁଳି କରି ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ରୋହିତ ରାଠୋରଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଜୟପୁର ଗ୍ରେଟର ମୁନିସପାଲ କର୍ପୋରେସନ୍ ଖତିପୁରାରେ ରୋହିତ ରାଠୋର ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛନ୍ତି। ରୋହିତ ରାଠୋର ଘର ବେଆଇନ ଭାବେ ନିର୍ମାଣ ହୋଇଛି ବୋଲି ଜୟପୁର ଗ୍ରେଟର ମୁନସିପାଲ କର୍ପୋରେସନ୍ କହିଛି। ରାଠୋରର ମା’ ଓମ କନୱର କହିଛନ୍ତି, ହଠାତ […]
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜପୁତ କର୍ନି ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଦିଙ୍କୁ ଗୁଳି କରି ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ରୋହିତ ରାଠୋରଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଜୟପୁର ଗ୍ରେଟର ମୁନିସପାଲ କର୍ପୋରେସନ୍ ଖତିପୁରାରେ ରୋହିତ ରାଠୋର ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛନ୍ତି। ରୋହିତ ରାଠୋର ଘର ବେଆଇନ ଭାବେ ନିର୍ମାଣ ହୋଇଛି ବୋଲି ଜୟପୁର ଗ୍ରେଟର ମୁନସିପାଲ କର୍ପୋରେସନ୍ କହିଛି। ରାଠୋରର ମା’ ଓମ କନୱର କହିଛନ୍ତି, ହଠାତ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଏନେଇ ପୂର୍ବରୁ ମୁନସିପାଲ କର୍ପୋରେସନ୍ରୁ କୌଣସି ନୋଟିସ ଆସିନି। ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୫ ତାରିଖରେ କର୍ନି ସେନା ମୁଖ୍ୟଙ୍କୁ ଜୟପୁର ସ୍ଥିତ ତାଙ୍କ ବାସଭବନରେ ଗୁଳି କରି ହତ୍ୟା କରାଯାଇଥିଲା।




