କର୍ଣ୍ଣାଟକ ହସନ୍ ଜିଲ୍ଲାରେ ୪୦ ଦିନରେ ୨୧ ହୃଦ୍ଘାତ ମୃତ୍ୟୁ
ବେଙ୍ଗାଲୁରୁ: ଦେଶରେ ସମ୍ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ହୃଦ୍ଘାତ ଜନିତ ମୃତ୍ୟୁ ବୃଦ୍ଧି ପାଉଛି। ଯୁବପିଢ଼ିଙ୍କ ମଧ୍ୟରେ ହୃଦ୍ଘାତ ବୃଦ୍ଧି ଏକ ଚିନ୍ତାଜନକ ବିଷୟ ହୋଇଥିବାବେଳେ ଇତି ମଧ୍ୟରେ କର୍ଣ୍ଣାଟକର ହସନ୍ ଜିଲ୍ଲାରେ ଗତ ୪୦ ଦିନ ମଧ୍ୟରେ ୨୧ଜଣଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ରାଜ୍ୟସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ୩ଜଣଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ହସ୍ନ ଜିଲ୍ଲାରେ ଗତ ୪୦ ଦିନ ମଧ୍ୟରେ ହୃଦ୍ଘାତଜନିତ ମୃତ୍ୟୁ ସଂଖ୍ୟା ୨୧କୁ […]
ବେଙ୍ଗାଲୁରୁ: ଦେଶରେ ସମ୍ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ହୃଦ୍ଘାତ ଜନିତ ମୃତ୍ୟୁ ବୃଦ୍ଧି ପାଉଛି। ଯୁବପିଢ଼ିଙ୍କ ମଧ୍ୟରେ ହୃଦ୍ଘାତ ବୃଦ୍ଧି ଏକ ଚିନ୍ତାଜନକ ବିଷୟ ହୋଇଥିବାବେଳେ ଇତି ମଧ୍ୟରେ କର୍ଣ୍ଣାଟକର ହସନ୍ ଜିଲ୍ଲାରେ ଗତ ୪୦ ଦିନ ମଧ୍ୟରେ ୨୧ଜଣଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ରାଜ୍ୟସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ୩ଜଣଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ହସ୍ନ ଜିଲ୍ଲାରେ ଗତ ୪୦ ଦିନ ମଧ୍ୟରେ ହୃଦ୍ଘାତଜନିତ ମୃତ୍ୟୁ ସଂଖ୍ୟା ୨୧କୁ ଛୁଇଁଛି। ସୋମବାର ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରେ ଜେପି ନଗରର ଲେପାକ୍ଷୀ (୫୦), ହୋଲେନାରସିପୁରାର ଇଂରାଜୀ ପ୍ରଫେସରନ ମୁତ୍ତାୟା (୫୮) ଓ ଚନ୍ନାନାରାୟଣପେଟାର ଗ୍ରୁପ୍-ଡି ସରକାରୀ କର୍ମଚାରୀ କୁମାର (୫୭)। ସମସ୍ତଙ୍କ ମୃତ୍ୟୁ ଅଚାନକ ଘଟିଥିବା ହସ୍ପିଟାଲ୍ ସୂତ୍ରରୁ ଜଣାଯାଇଛି। ମୋଟ ୨୧ଟି ମୃତ୍ୟୁ ମଧ୍ୟରୁ ୫ଜଣଙ୍କ ବୟସ ୧୯ରୁ ୨୫ ବର୍ଷ ହୋଇଥିବା ବେଳେ ୮ଜଣଙ୍କ ବୟସ ୨୫ରୁ ୪୫ ବର୍ଷ ରହିଛି। ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାଯାଇଛି ଯେ ଗତ ଦୁଇ ବର୍ଷ ମଧ୍ୟରେ କେବଳ ହସନ୍ ଜିଲ୍ଲାରେ ୫୦୭ଟି ହୃଦ୍ଘାତ ମାମଲା ମଧ୍ୟରୁ ୧୯୦ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ହର୍ଷ ଗୁପ୍ତା ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୟଦେବ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଭାସ୍କୁଲାର୍ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥଙ୍କ ନେତୃତ୍ବରେ ଏକ କମିଟି ‘ହୃଦ୍ଘାତଜନିତ ମୃତ୍ୟୁ’ର ତଦନ୍ତ କରୁଛନ୍ତି। କମିଟି ଇତି ମଧ୍ୟରେ ପ୍ରାଥମିକ ରିପୋର୍ଟ ଦାଖଲ କରିଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।




