କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ, ପୀଡ଼ିତାଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ ତଦନ୍ତକାରୀ ଦଳ

ନୂଆଦିଲ୍ଲୀ : ନିଲମ୍ବିତ ଜେଡିଏସ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କ ସମ୍ପୃକ୍ତି ଥିବା ସେକ୍ସ ସ୍କାଣ୍ଡାଲ ମାମଲାରେ ଆଜି ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ଅପରାଧ ସହ ସମ୍ପୃକ୍ତି ଥିବା କୌଣସି ପୀଡ଼ିତା ସେମାନଙ୍କ ଅଭିଯୋଗ ରଖିବାପାଇଁ ଏହି ହେଲ୍ପଲାଇନ ନମ୍ବର ଦିଆଯାଇଛି। ଏନେଇ ଏସଆଇଟି ଆଜି ଏକ ନୋଟିସ ଜାରି କରିଛି। ପୀଡ଼ିତାମାନେ ଭୟ ନକରି ପ୍ରଜ୍ବଳ ରେବାନ୍ନା ମାମଲାରେ ଆଗକୁ ଆସି ସେମାନଙ୍କ ସହ ହୋଇଥିବା ଅପରାଧ ବିରୋଧରେ ପାଟି […]

Samaya Live Picture
Published On

ନୂଆଦିଲ୍ଲୀ : ନିଲମ୍ବିତ ଜେଡିଏସ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କ ସମ୍ପୃକ୍ତି ଥିବା ସେକ୍ସ ସ୍କାଣ୍ଡାଲ ମାମଲାରେ ଆଜି ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ଅପରାଧ ସହ ସମ୍ପୃକ୍ତି ଥିବା କୌଣସି ପୀଡ଼ିତା ସେମାନଙ୍କ ଅଭିଯୋଗ ରଖିବାପାଇଁ ଏହି ହେଲ୍ପଲାଇନ ନମ୍ବର ଦିଆଯାଇଛି। ଏନେଇ ଏସଆଇଟି ଆଜି ଏକ ନୋଟିସ ଜାରି କରିଛି। ପୀଡ଼ିତାମାନେ ଭୟ ନକରି ପ୍ରଜ୍ବଳ ରେବାନ୍ନା ମାମଲାରେ ଆଗକୁ ଆସି ସେମାନଙ୍କ ସହ ହୋଇଥିବା ଅପରାଧ ବିରୋଧରେ ପାଟି ଖୋଲିବାକୁ କୁହାଯାଇଛି। ସେହିପରି ଏସଆଇଟି ଏକ ବିବୃତି ଜାରି କରିଛି। ଲୋକମାନେ ପୀଡ଼ିତାଙ୍କର ଫଟୋ ଏବଂ ଭିଡିଓ ସେୟାର ନକରିବାପାଇଁ ତଦନ୍ତକାରୀ ଦଳ ସତର୍କ କରାଇ ଦେଇଛନ୍ତି। ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଏସଆଇଟି ବିବୃତି ଜାରି କରି କହିଛି। ସେହିପରି ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ଉକ୍ତ ସମ୍ବେଦନଶୀଳ ମାମଲାକୁ ଅତି ଯତ୍ନର ସହ ମୁକାବିଲା କରିବାପାଇଁ ବିବୃତିରେ କୁହାଯାଇଛି। ପୀଡ଼ିତାଙ୍କର ପରିଚୟ ପ୍ରଘଟ ନକରିବାପାଇଁ ଏସଆଇଟି ବିବୃତିରେ କୁହାଯାଇଛି। ଇତି ମଧ୍ୟରେ ଶନିବାର ଦିନ କର୍ଣ୍ଣାଟକ ବିଧାୟକ ଏଚଡି ରେବାନ୍ନାଙ୍କ ସହ ଜଡ଼ିତ ଫାର୍ମହାଉସରୁ ଅପହୃତ ହୋଇଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। କର୍ଣ୍ଣାଟକ ପୁଲିସର ଏସଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ମହିଳାଙ୍କୁ ଉଦ୍ଧାର କରିଛନ୍ତି।

Tags: