କର୍ଣ୍ଣାଟକ ସରକାରୀ ଡାକ୍ତରଖାନାରେ ନବଜାତକକୁ ଝୁଣିଦେଲା ବୁଲା କୁକୁର

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶିବମୋଗା ଜିଲ୍ଲା ସରକାରୀ ଡାକ୍ତରଖାନା‌ରେ ଏକ ନବଜାତ ଶିଶୁକୁ ବୁଲାକୁକୁର ଝୁଣିଦେଇଛି। କୁକୁରଟି ନବଜାତ ଶିଶୁକୁ କାମୁଡ଼ି ନେଉଥିବାର ଦେଖି ଦାୟିତ୍ବରେ ଥିବା ସୁରକ୍ଷାକର୍ମୀମାନେ ତା’ ପଛରେ ଦୌଡ଼ିଥିଲେ। କୁକୁର ମୁହଁରୁ ସୁରକ୍ଷାକର୍ମୀମାନେ ଶିଶୁଟିକୁ ନେଇ ଆ‌ସିଥିଲେ। କିନ୍ତୁ ‌‌ସେତେବେଳକୁ ତା’ର ମୃତ୍ୟୁ ହୋଇ ସାରିଥିଲା। ଶିବମୋଗା ଜିଳ୍ଲା ହସ୍ପିଟାଲରେ ଗତ ଶନିବାର ଦିନ ଏହି ଘଟଣା ଘଟିଛି। ଉକ୍ତ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ […]

Samaya Live Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶିବମୋଗା ଜିଲ୍ଲା ସରକାରୀ ଡାକ୍ତରଖାନା‌ରେ ଏକ ନବଜାତ ଶିଶୁକୁ ବୁଲାକୁକୁର ଝୁଣିଦେଇଛି। କୁକୁରଟି ନବଜାତ ଶିଶୁକୁ କାମୁଡ଼ି ନେଉଥିବାର ଦେଖି ଦାୟିତ୍ବରେ ଥିବା ସୁରକ୍ଷାକର୍ମୀମାନେ ତା’ ପଛରେ ଦୌଡ଼ିଥିଲେ। କୁକୁର ମୁହଁରୁ ସୁରକ୍ଷାକର୍ମୀମାନେ ଶିଶୁଟିକୁ ନେଇ ଆ‌ସିଥିଲେ। କିନ୍ତୁ ‌‌ସେତେବେଳକୁ ତା’ର ମୃତ୍ୟୁ ହୋଇ ସାରିଥିଲା। ଶିବମୋଗା ଜିଳ୍ଲା ହସ୍ପିଟାଲରେ ଗତ ଶନିବାର ଦିନ ଏହି ଘଟଣା ଘଟିଛି। ଉକ୍ତ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Tags: