କର୍ଣ୍ଣାଟକ ବିଧାନ ସୌଧକୁ ଗୋମୂତ୍ରରେ ପବିତ୍ର କଲେ କଂଗ୍ରେସ କର୍ମୀ
ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ ବିପୁଳ ବିଜୟ ହାସଲ କରିବାପରେ ନୂଆ ସରକାର ଗଠନ କରିଛି। କଂଗ୍ରେସ କର୍ମୀମାନେ ଆଜି କର୍ଣ୍ଣାଟକ ବିଧାନ ସୌଧକୁ ଗୋମୂତ୍ର ପକାଇ ପବିତ୍ରୀକରଣ କରିଛନ୍ତି। ଗତ ୨୦ ତାରିଖରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଡିକେ ଶିବକୁମାର ଗତ ଜାନୁଆରିରେ କହିଥିଲେ ଯେ ଏବେ କର୍ଣ୍ଣାଟକ ବିଧାନ ସୌଧକୁ ଗୋମୂତ୍ର ଏବଂ ଡେଟଲ୍ ପକାଇ ଧୋଇବାର ସମୟ ଆସିଛି। ଶିବକୁମାର କହିଥିଲେ , ବିଜେପିର ଦୁର୍ନୀତିରେ ବିଧାନ ସୌଧ […]
ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ ବିପୁଳ ବିଜୟ ହାସଲ କରିବାପରେ ନୂଆ ସରକାର ଗଠନ କରିଛି। କଂଗ୍ରେସ କର୍ମୀମାନେ ଆଜି କର୍ଣ୍ଣାଟକ ବିଧାନ ସୌଧକୁ ଗୋମୂତ୍ର ପକାଇ ପବିତ୍ରୀକରଣ କରିଛନ୍ତି। ଗତ ୨୦ ତାରିଖରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଡିକେ ଶିବକୁମାର ଗତ ଜାନୁଆରିରେ କହିଥିଲେ ଯେ ଏବେ କର୍ଣ୍ଣାଟକ ବିଧାନ ସୌଧକୁ ଗୋମୂତ୍ର ଏବଂ ଡେଟଲ୍ ପକାଇ ଧୋଇବାର ସମୟ ଆସିଛି। ଶିବକୁମାର କହିଥିଲେ , ବିଜେପିର ଦୁର୍ନୀତିରେ ବିଧାନ ସୌଧ ଅପବିତ୍ର ହୋଇଯାଇଛି। ତେଣୁ ଏହାକୁ ଏବେ ଡେଟଲ ଏବଂ ଗୋମୂତ୍ର ପକାଇ ଧୋଇବାର ସମୟ ଆସିଛି। ଉଲ୍ଲେଖଯୋଗ୍ୟ ଯେ ସିଦ୍ଦରମେୟା ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଡିକେ ଶିବକୁମାର ତାଙ୍କ ଉପମୁଖ୍ୟ ହୋଇଛନ୍ତି। ସିଦ୍ଦରମେୟା ଏବଂ ଡିକେ ଶିବକୁମାର ଓ ଅନ୍ୟ ୮ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶପଥ ଗ୍ରହଣର ମାତ୍ର କିଛି ଘଣ୍ଟା ପରେ ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା ଏବଂ ଏହି ବୈଠକରେ କଂଗ୍ରେସ ଦେଇଥିବା ୫ ପ୍ରତିଶୃତିକୁ ନୀତିଗତ ମଂଜୁରି ମିଳିଥିଲା।




