କର୍ଣ୍ଣାଟକ ବିଜେପି ସାଂସଦଙ୍କ ବିବାଦୀୟ ବୟାନ ‘ଦଳିତ ହୋଇଥିଲେ ବିଜେପିରେ ଆଗକୁ ବଢ଼ିପାରିବନି’

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର ବିଜେପି ରାଜ୍ୟ ମୁଖ୍ୟ ନିଯୁକ୍ତ ହେବା ଘଟଣାକୁ ନେଇ ବିଜେପି ସାଂସଦ ଜଗଜିନାଗି ଏକ ବିବାଦୀୟ ବୟାନ ଦେଇଛନ୍ତି। ସାଂସଦ ରମେଶ କହିଛନ୍ତି, ହାଇ କମାଣ୍ଡ ରାଜ୍ୟରେ ଦଳୀୟ ନେତାଙ୍କୁ ସୁଯୋଗ ନଦେଇ ବିଜୟେନ୍ଦ୍ରଙ୍କୁ ଦଳର ସଭାପତି କରିଛନ୍ତି। ବିଜୟରୂପାରେ ଗଣମାଧ୍ୟମକୁ ଉଦ୍ବୋଧନ ଦେଇ ରମେଶ କହିଛନ୍ତି, ଯଦି ଆପଣ ଜଣେ ଦଳିତ ତେବେ ବିଜେପିରେ ଆଗକୁ ବଢ଼ିବାପାଇଁ ଆପଣଙ୍କୁ ସୁଯୋଗ ମିଳିବନି। […]

Samaya Live Picture
Published On

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର ବିଜେପି ରାଜ୍ୟ ମୁଖ୍ୟ ନିଯୁକ୍ତ ହେବା ଘଟଣାକୁ ନେଇ ବିଜେପି ସାଂସଦ ଜଗଜିନାଗି ଏକ ବିବାଦୀୟ ବୟାନ ଦେଇଛନ୍ତି। ସାଂସଦ ରମେଶ କହିଛନ୍ତି, ହାଇ କମାଣ୍ଡ ରାଜ୍ୟରେ ଦଳୀୟ ନେତାଙ୍କୁ ସୁଯୋଗ ନଦେଇ ବିଜୟେନ୍ଦ୍ରଙ୍କୁ ଦଳର ସଭାପତି କରିଛନ୍ତି। ବିଜୟରୂପାରେ ଗଣମାଧ୍ୟମକୁ ଉଦ୍ବୋଧନ ଦେଇ ରମେଶ କହିଛନ୍ତି, ଯଦି ଆପଣ ଜଣେ ଦଳିତ ତେବେ ବିଜେପିରେ ଆଗକୁ ବଢ଼ିବାପାଇଁ ଆପଣଙ୍କୁ ସୁଯୋଗ ମିଳିବନି। ତେବେ ଯଦି ଭୋକ୍କାଲିଗାର ଅନ୍ୟ ଧନୀ ନେତା ଥିବେ ସେମାନଙ୍କୁ ଲୋକ ସମର୍ଥନ କରିବେ। କିନ୍ତୁ ଜଣେ ଦଳିତଙ୍କୁ ସମର୍ଥନ ମିଳିବନି। ଆମେ ଏହା ଜାଣୁ ଏବଂ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରମେଶ କହିଛନ୍ତି। ବିଜୟେନ୍ଦ୍ରଙ୍କୁ ଦଳର ରାଜ୍ୟ ସଭାପତି ନିଯୁକ୍ତ କରାଯାଇଥିବାରୁ ସେ ପାର୍ଟି ହାଇକମାଣ୍ଡଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Tags: