କର୍ଣ୍ଣାଟକ ଏଡିଆର ରିପୋର୍ଟ, ୩୨ ମନ୍ତ୍ରୀଙ୍କ ମଧ୍ୟରୁ ୩୧ ଜଣ କୋଟିପତି
ନୂଆଦିଲ୍ଲୀ : କର୍ଣ୍ଣାଟକରେ ୩୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୩୧ ଜଣ କୋଟିପତି। ୨୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୩୨ ମନ୍ତ୍ରୀଙ୍କ ମଧ୍ୟରେ କେବଳ ଜଣେ ମହିଳା ଅଛନ୍ତି। ତାଙ୍କ ନାଁ ଲକ୍ଷ୍ମୀ ଆର୍ ହେବ୍ବଲକର। ତାଙ୍କ ସମ୍ପତି ପ୍ରାୟ ୧୩ କୋଟିରୁ ଅଧିକ। ନୂଆ କର୍ଣ୍ଣାଟକ କ୍ୟାବିନେଟ୍ରେ ୨୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୩୧ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ୧୧୯.୦୬ କୋଟି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମ୍ପତ୍ତି ମୂଲ୍ୟ […]
ନୂଆଦିଲ୍ଲୀ : କର୍ଣ୍ଣାଟକରେ ୩୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୩୧ ଜଣ କୋଟିପତି। ୨୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୩୨ ମନ୍ତ୍ରୀଙ୍କ ମଧ୍ୟରେ କେବଳ ଜଣେ ମହିଳା ଅଛନ୍ତି। ତାଙ୍କ ନାଁ ଲକ୍ଷ୍ମୀ ଆର୍ ହେବ୍ବଲକର। ତାଙ୍କ ସମ୍ପତି ପ୍ରାୟ ୧୩ କୋଟିରୁ ଅଧିକ। ନୂଆ କର୍ଣ୍ଣାଟକ କ୍ୟାବିନେଟ୍ରେ ୨୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୩୧ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ୧୧୯.୦୬ କୋଟି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୪୧୩ .୮୦ କୋଟି। ସବୁଠାରୁ କମ୍ ସମ୍ପତ୍ତି ଥିବା ମନ୍ତ୍ରୀ ହେଉଛନ୍ତି ତିମାପୁର ରାମାପ୍ପା ବଲପ୍ପା। ସେ ମୁଧୋଲ ନିର୍ବାଚନମଣ୍ଡଳୀର। ତାଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୫୮.୫୬ ଲକ୍ଷ। ଶିକ୍ଷା କ୍ଷେତ୍ରରେ ୬ ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମରୁ ଦ୍ବାଦଶ ପାସ୍।
୨୪ ଜଣ ମନ୍ତ୍ରୀ ଗ୍ରାଜୁଏଟ୍। ୨ ଜଣ ମନ୍ତ୍ରୀ ଡିପ୍ଲୋମା ସାର୍ଟିଫିକେଟ୍ ଧାରୀ। ୧୮ ଜଣ ମନ୍ତ୍ରୀ ସେମାନଙ୍କ ବୟସ ୪୧ରୁ ୬୦ ମଧ୍ୟରେ ଘୋଷଣା କରିଛନ୍ତି। ୧୪ ଜଣ ମନ୍ତ୍ରୀ ସେମାନଙ୍କ ବୟସ ୬୧ରୁ ୮୦ ମଧ୍ୟରେ ଘୋଷଣା କରିଛନ୍ତି।




