କର୍ଣ୍ଣାଟକ-ଆନ୍ଧ୍ର ସୀମା ନିକଟସ୍ଥ କାରରୁ ବିପୁଳ ପରିମାଣର ବିସ୍ଫୋରକ ଜବତ
ନୂଆଦିଲ୍ଲୀ : ବେଙ୍ଗାଲୁରୁର ରାମେଶ୍ବରମ କାଫେ ନିକଟରେ ବିସ୍ଫୋରଣ ହେବାର କିଛିଦିନ ପରେ କୋଲାର ଜିଲ୍ଲାର କର୍ଣ୍ଣାଟକ-ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ ଚେକପୋଷ୍ଟ୍ର ଏକ ଘରୋଇ କାରରୁ ଆଜି ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ୧୨୦୦ ଗେଲାଟିନ ଷ୍ଟିକ୍, ୭ଟି ଡିଟୋନେଟର ଓୟାର ବକ୍ସ ଏବଂ ୬ ଡିଟୋନେଟର ଜବତ ହୋଇଛି। ଉକ୍ତ ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୧ ତାରିଖରେ ରାମେଶ୍ବରମ କାଫେରେ ବିସ୍ଫୋରଣ ହୋଇଥିଲା। ଆଇଇଡି ବ୍ୟବହାର […]
ନୂଆଦିଲ୍ଲୀ : ବେଙ୍ଗାଲୁରୁର ରାମେଶ୍ବରମ କାଫେ ନିକଟରେ ବିସ୍ଫୋରଣ ହେବାର କିଛିଦିନ ପରେ କୋଲାର ଜିଲ୍ଲାର କର୍ଣ୍ଣାଟକ-ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ ଚେକପୋଷ୍ଟ୍ର ଏକ ଘରୋଇ କାରରୁ ଆଜି ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ୧୨୦୦ ଗେଲାଟିନ ଷ୍ଟିକ୍, ୭ଟି ଡିଟୋନେଟର ଓୟାର ବକ୍ସ ଏବଂ ୬ ଡିଟୋନେଟର ଜବତ ହୋଇଛି। ଉକ୍ତ ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୧ ତାରିଖରେ ରାମେଶ୍ବରମ କାଫେରେ ବିସ୍ଫୋରଣ ହୋଇଥିଲା। ଆଇଇଡି ବ୍ୟବହାର କରି ଏହି ବିସ୍ଫୋରଣ ହୋଇଥିଲା। ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଉକ୍ତ ଘଟଣାର ତଦନ୍ତ କରି ମାମଲାର ୨ ଜଣ ମୁଖ୍ୟ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଉକ୍ତ ୨ ଜଣ ମୁଖ୍ୟ ସନ୍ଦିଗ୍ଧ ହେଉଛନ୍ତି ମୁସାବିର ହୁସେନ ଶାଜିବ ଏବଂ ଅବଦୁଲ ମାଥିନ ।




