କର୍ଣ୍ଣାଟକର ସ୍ବାର୍ଥ ପାଇଁ ବାପା ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ସିଦ୍ଦରମେୟାଙ୍କ ପୁଅ ଯତୀନ୍ଦ୍ର

ମହୀଶୂର: କର୍ଣ୍ଣାଟକର ସ୍ବାର୍ଥ ପାଇଁ ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ଆଜି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ପୁଅ ଯତୀନ୍ଦ୍ର ସିଦ୍ଦରମେୟା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଶାସନ କ୍ଷମତାକୁ ଆସିବ ଏବଂ ବରୁଣା ଆସନରୁ ମୋ ବାପା ମଧ୍ୟ ବିପୁଳ ସଂଖ୍ୟାରେ ଭୋଟ୍ ପାଇ ବଜୟୀ ହେବେ। ‘ବିଜେପି’ରୁ କ୍ଷମତାରୁ ହଟାଇବା ଲାଗି ଆମେ ସବୁମତେ ଉଦ୍ୟମ କରିବୁ। […]

Samaya Live Picture
Published On

ମହୀଶୂର: କର୍ଣ୍ଣାଟକର ସ୍ବାର୍ଥ ପାଇଁ ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ଆଜି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ପୁଅ ଯତୀନ୍ଦ୍ର ସିଦ୍ଦରମେୟା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଶାସନ କ୍ଷମତାକୁ ଆସିବ ଏବଂ ବରୁଣା ଆସନରୁ ମୋ ବାପା ମଧ୍ୟ ବିପୁଳ ସଂଖ୍ୟାରେ ଭୋଟ୍ ପାଇ ବଜୟୀ ହେବେ। ‘ବିଜେପି’ରୁ କ୍ଷମତାରୁ ହଟାଇବା ଲାଗି ଆମେ ସବୁମତେ ଉଦ୍ୟମ କରିବୁ। ଜଣେ ପୁଅ ହିସାବରେ ନିଶ୍ଚୟ ବାପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି। କିନ୍ତୁ, ଜଣେ ରାଜ୍ୟବାସୀ ଭାବେ, ଗତଥର ତାଙ୍କର ସୁଶାସନ ଦେଖିଥିଲି, ଏଥର ବି ଦେଖିବି। ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି, ‘ବିଜେପି’ ଶାସନରେ ଯାହାକିଛି ଦୁର୍ନୀତି ଓ ଅରାଜକତା ସୃଷ୍ଟି ହୋଇଛି, ସେସବୁକୁ ସେ ସୁଧାରି ପାରିବେ। ସେହିପରି, ବରିଷ୍ଠ କଂଗ୍ରେସ ନେତା ପବନ ଖେରା ଗଣମାଧ୍ୟମକୁ କହିଛନ୍ତି, ପ୍ରଭୁ ହନୁମାନଙ୍କ ଭକ୍ତମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଠିକଣା ଜବାବ ଦେଇଛନ୍ତି। ଆମେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବୁ, ଏଥିରେ ସନ୍ଦେହ ନାହିଁ। ପ୍ରଧାନମନ୍ତ୍ରୀଙ୍କ ନକାରାତ୍ମକ ଓ ବିଭାଜନକାରୀ ପ୍ରଚାର ଅଭିଯାନ ବିଫଳ ହୋଇଛି।

Tags: