କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର କଂଗ୍ରେସରେ ଯୋଗଦେଲେ

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ଟିକେଟ୍ ନ ପାଇ ‘ବିଜେପି’ ଛାଡ଼ିଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର କଂଗ୍ରେସରେ ଯୋଗ ଦେଇଛନ୍ତି। ବେଙ୍ଗାଲୁରୁର ପାର୍ଟି ଅଫିସ୍କୁ ଆସି ଶେଟ୍ଟାର୍ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେବା ବେଳେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, କେପିସିସି ସଭାପତି ଡି. କେ. ଶିବକୁମାର ଏବଂ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା, ସିଦ୍ଧରମୈୟା ଆଦି ଉପସ୍ଥିତ ଥିଲେ। କଂଗ୍ରେସରେ ଯୋଗ ଦେବା ପରେ ଶେଟ୍ଟାର୍ କହିଛନ୍ତି, ମୁଁ କର୍ଣ୍ଣାଟକ […]

Samaya Live Picture
Published On

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ଟିକେଟ୍ ନ ପାଇ ‘ବିଜେପି’ ଛାଡ଼ିଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର କଂଗ୍ରେସରେ ଯୋଗ ଦେଇଛନ୍ତି। ବେଙ୍ଗାଲୁରୁର ପାର୍ଟି ଅଫିସ୍କୁ ଆସି ଶେଟ୍ଟାର୍ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେବା ବେଳେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, କେପିସିସି ସଭାପତି ଡି. କେ. ଶିବକୁମାର ଏବଂ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା, ସିଦ୍ଧରମୈୟା ଆଦି ଉପସ୍ଥିତ ଥିଲେ। କଂଗ୍ରେସରେ ଯୋଗ ଦେବା ପରେ ଶେଟ୍ଟାର୍ କହିଛନ୍ତି, ମୁଁ କର୍ଣ୍ଣାଟକ ବିଜେପି ତିଆରି କଲି କିନ୍ତୁ ଦୁର୍ବ୍ୟବହାର ପାଇଲି। ମୋ ଭଳି ବରିଷ୍ଠ ନେତାଙ୍କ ପ୍ରତି କର୍ଣ୍ଣାଟକ ‘ବିଜେପି’ ଉତ୍ତମ ଆଚରଣ ପ୍ରଦର୍ଶନ କଲାନାହିଁ। ସଦାସର୍ବଦା ମୁଁ ରେକର୍ଡ ସଂଖ୍ୟକ ଭୋଟ୍ରେ ବିଜୟୀ ହୋଇ ବିଜେପିକୁ ଗୌରବାନ୍ବିତ କରିଛି ଏବଂ ପ୍ରତ୍ୟେକ ପଦବୀରେ ଭଲ କାର୍ଯ୍ୟ ମଧ୍ୟ କରିଛି। କିନ୍ତୁ, ଆଉ ମୋର ଆତ୍ମସମ୍ମାନକୁ ଆଘାତ ଦେଇ ପାରିବିନି ବୋଲି ସେ କହିଛନ୍ତି।

Tags: