କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଓମ୍ ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ରବିବାର ବେଙ୍ଗାଲୁରୁର ଏଚ୍ଏସ୍ଆର୍ ଲେଆଉଟ୍‌ ସ୍ଥିତ ତାଙ୍କ ବାସଭବନରୁ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଓମ୍‌ ପ୍ରକାଶଙ୍କୁ ହତ୍ୟା କରାଯାଇଛି ଏବଂ ଏଥିରେ କୌଣସି ପରିବାର ସଦସ୍ୟ ସାମିଲ ଥିବା ପୁଲିସ ସନ୍ଦେହ କରୁଛି। ଓମ୍‌ ପ୍ରକାଶଙ୍କ ପତ୍ନୀ ପଲ୍ଲବୀ ପ୍ରଥମେ ପୁଲିସକୁ ଏ ସଂପର୍କରେ ଖବର ଦେଇଥିଲେ । ତେବେ ପରିବାରର କୌଣସି ସଦସ୍ୟ ହିଁ ଏହି କାଣ୍ଡ ଘଟାଇଥିବା ପୁଲିସ […]

କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର
Samaya Live Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଓମ୍ ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ରବିବାର ବେଙ୍ଗାଲୁରୁର ଏଚ୍ଏସ୍ଆର୍ ଲେଆଉଟ୍‌ ସ୍ଥିତ ତାଙ୍କ ବାସଭବନରୁ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଓମ୍‌ ପ୍ରକାଶଙ୍କୁ ହତ୍ୟା କରାଯାଇଛି ଏବଂ ଏଥିରେ କୌଣସି ପରିବାର ସଦସ୍ୟ ସାମିଲ ଥିବା ପୁଲିସ ସନ୍ଦେହ କରୁଛି। ଓମ୍‌ ପ୍ରକାଶଙ୍କ ପତ୍ନୀ ପଲ୍ଲବୀ ପ୍ରଥମେ ପୁଲିସକୁ ଏ ସଂପର୍କରେ ଖବର ଦେଇଥିଲେ । ତେବେ ପରିବାରର କୌଣସି ସଦସ୍ୟ ହିଁ ଏହି କାଣ୍ଡ ଘଟାଇଥିବା ପୁଲିସ ଅନୁମାନ କରୁଛି। ପୂର୍ବତନ ପୁଲିସ ମୁଖ୍ୟଙ୍କ ଏଭଳି ହତ୍ୟା ପୁଲିସ ବିଭାଗକୁ ସ୍ତବ୍ଧ କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ୬୮ ବର୍ଷୀୟ ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଶରୀରର ବିଭିନ୍ନ ସ୍ଥାନରେ ଛୁରା ମାଡ଼ ଓ ଅନ୍ୟ ଆଘାତ ଚିହ୍ନ ରହିଥିଲା। ପୁଲିସ ଶବ ଜବତ କରି ପୋଷ୍ଟ୍‌ମର୍ଟମ ପାଇଁ ପଠାଇଛି। ଓମ୍‌ ପ୍ରକାଶଙ୍କ ପତ୍ନୀ ପଲ୍ଲବୀ ଏବଂ ତାଙ୍କ ଝିଅକୁ ଏ ନେଇ ଜେରା କରାଯାଉଛି । ସୂଚନାଯୋଗ୍ୟ, ପୂର୍ବରୁ ଓମ୍‌ ପ୍ରକାଶ କହିଥିଲେ ଯେ ତାଙ୍କର ଘନିଷ୍ଠ ସଂପର୍କୀୟଙ୍କ ଆଡ଼ୁ ହିଁ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏହି ପ୍ରସଙ୍ଗରେ ସେ ଅନେକ ଥର ଆଲୋଚନା ମଧ୍ୟ କରିଥିଲେ । ୧୯୮୧ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଓମ୍ ପ୍ରକାଶ ୨୦୧୫ରେ କର୍ଣ୍ଣାଟକର ୩୮ତମ ଡିଜି ଓ ଆଇଜିପି ଭାବେ କାର୍ଯ୍ୟ କରିଥିଲେ।

Tags: