କର୍ଣ୍ଣାଟକର ଛାମରାଜନଗରରେ ଗୋଟିଏ ବୁଥରେ ପୁନଃ ନିର୍ବାଚନ ଘୋଷଣା କଲେ ନିର୍ବାଚନ କମିସନ୍

ନୂଆଦିଲ୍ଲୀ: କର୍ଣ୍ଣାଟକର ଛାମରାଜନଗର ନିର୍ବାଚନମଣ୍ଡଳୀ ଅଧୀନସ୍ଥ ହାନୁର ଭୋଟିଂ ବୁଥରେ ନିର୍ବାଚନ କମିସନ୍ ପୁନଃ ନିର୍ବାଚନ ଘୋଷଣା କରିଛନ୍ତି। ଏପ୍ରିଲ ୨୯ ତାରିଖରେ ହାନୁରର ବୁଥ୍ ନମ୍ବର ୧୪୬ରେ ପୁନଃ ନିର୍ବାଚନ ହେବ। ନିର୍ବାଚନ କମିସନଙ୍କ ଦ୍ବାରା ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସରଙ୍କୁ ଜାରି ହୋଇଥିବା ଏକ ଚିଠି ଅନୁଯାୟୀ ଛାମରାଜନଗର ଜିଲ୍ଲାର ଇଣ୍ଡିଗଣଥ ଗ୍ରାମର ଏକ ଭୋଟିଂ ବୁଥ୍ରେ ଏକ ଇଭିଏମ୍ ଭାଙ୍ଗି ଯାଇଛି। ଏହି କାରଣ ପାଇଁ ନିର୍ବାଚନ କମିସନ ଉକ୍ତ ଭୋଟିଂ ବୁଥରେ […]

Samaya Live Picture
Published On

ନୂଆଦିଲ୍ଲୀ: କର୍ଣ୍ଣାଟକର ଛାମରାଜନଗର ନିର୍ବାଚନମଣ୍ଡଳୀ ଅଧୀନସ୍ଥ ହାନୁର ଭୋଟିଂ ବୁଥରେ ନିର୍ବାଚନ କମିସନ୍ ପୁନଃ ନିର୍ବାଚନ ଘୋଷଣା କରିଛନ୍ତି। ଏପ୍ରିଲ ୨୯ ତାରିଖରେ ହାନୁରର ବୁଥ୍ ନମ୍ବର ୧୪୬ରେ ପୁନଃ ନିର୍ବାଚନ ହେବ। ନିର୍ବାଚନ କମିସନଙ୍କ ଦ୍ବାରା ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସରଙ୍କୁ ଜାରି ହୋଇଥିବା ଏକ ଚିଠି ଅନୁଯାୟୀ ଛାମରାଜନଗର ଜିଲ୍ଲାର ଇଣ୍ଡିଗଣଥ ଗ୍ରାମର ଏକ ଭୋଟିଂ ବୁଥ୍ରେ ଏକ ଇଭିଏମ୍ ଭାଙ୍ଗି ଯାଇଛି। ଏହି କାରଣ ପାଇଁ ନିର୍ବାଚନ କମିସନ ଉକ୍ତ ଭୋଟିଂ ବୁଥରେ ପୁନଃ ନିର୍ବାଚନ ଘୋଷଣା କରିଛନ୍ତି। ରିପୋର୍ଟ ଅନୁଯାୟୀ ଉକ୍ତ ନିର୍ବାଚନମଣ୍ଡଳୀରେ ଭିତ୍ତିଭୂମିର ବିକାଶ ହୋଇନଥିବାରୁ ଭୋଟରମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ ସେମାନେ ଭୋଟ୍ ଦେବାକୁ ଚାହିନାହାନ୍ତି। ମିଳିଥିବା ସୂଚନାନୁଯାୟୀ ଗୋଟିଏ ଗୋଷ୍ଠୀ ଭୋଟ୍ ଦେବାପାଇଁ ରାଜି ନଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ଭୋଟ୍ ଦେବାପାଇଁ ସେମାନଙ୍କ ଉପରେ ଚାପ ପକାଇଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ଫଳରେ ଇଭିଏମ୍ ଭାଙ୍ଗିରୁଜି ଯାଇଛି।

Tags: