କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପୋଷ୍ଟର୍ ୱାର

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ପାର୍ଟିରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ରାସ୍ତାଘାଟରେ ଲାଗିଥିବା ପୋଷ୍ଟର୍ରୁ ଏକଥା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି । କର୍ଣ୍ଣାଟକରେ ଏବେ ପୋଷ୍ଟର ୱାର ଚାଲିଛି। ଆଜି ସକାଳୁ ରାଜଧାନୀ ବେଙ୍ଗାଲୁରୁରେ ଡି. କେ. ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ଦାବିରେ କେତେକ ସମର୍ଥକ ପୋଷ୍ଟର୍ ଲଗାଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଆଉ […]

Samaya Live Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ପାର୍ଟିରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ରାସ୍ତାଘାଟରେ ଲାଗିଥିବା ପୋଷ୍ଟର୍ରୁ ଏକଥା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି । କର୍ଣ୍ଣାଟକରେ ଏବେ ପୋଷ୍ଟର ୱାର ଚାଲିଛି। ଆଜି ସକାଳୁ ରାଜଧାନୀ ବେଙ୍ଗାଲୁରୁରେ ଡି. କେ. ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ଦାବିରେ କେତେକ ସମର୍ଥକ ପୋଷ୍ଟର୍ ଲଗାଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଆଉ କେତେକ ସମର୍ଥକ ଦାବି କରି ପୋଷ୍ଟର୍ ମାରିଛନ୍ତି। ରାଜ୍ୟର ଉକ୍ତ ୨ ବରିଷ୍ଠ ନେତାଙ୍କ ମଧ୍ୟରୁ କଂଗ୍ରେସ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବ।। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଲାଗି ଆଜି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଛି। ଏହି ବୈଠକ ସନ୍ଧ୍ୟା ୬ଟା ବେଳେ ବେଙ୍ଗାଲୁରୁ ସ୍ଥିତ ଏକ ହୋଟେଲ୍ରେ ବସିବ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ଡି. କେ. ଶିବକୁମାର କହିଛନ୍ତି। ସୂଚନାନୁଯାୟୀ ରାଜ୍ୟର ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ବ କଂଗ୍ରେସର ଜାତୀୟ ଅଧ୍ୟକ୍ଷଙ୍କ ହାତରେ ଛାଡ଼ିବାକୁ ଏହି ବୈଠକରେ ପ୍ରସ୍ତାବ ଗୃହୀତ କରାଯିବ। କିନ୍ତୁ, ଆଜି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ନାହିଁ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ବିଧାୟକମାନଙ୍କର ମତାମତ ମଧ୍ୟ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟ ଡି. କେ. ଶିବକୁମାର ଓ ସିଦ୍ଦରମେୟା ଆଶାୟୀ ଥିବାରୁ ଦଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି।

Tags: