କର୍ଣ୍ଣାଟକରେ ବିଜେପି-ଜେଡିଏସ୍ ମେଣ୍ଟରେ ଫାଟ, ୨ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଘ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ବିଜେପି ଏବଂ ଜେଡିଏସ୍ (ଜନତା ଦଳ (ସେକୁଲାର) ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏହା ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଅବସ୍ଥା । ରାଜ୍ୟରେ ମେଣ୍ଟ ଘୋଷଣା ହେଉହେଉ ବିଜେପି ଏବଂ ଜେଡିଏସ୍ କର୍ମୀଙ୍କ ମଧ୍ୟରେ ସଂଘର୍ଘ ଉପୁଜିଛି। ଲୋକସଭା ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ କର୍ଣ୍ଣାଟକର ତୁମାକୁରୁରେ ଆଜି ଏକ ବୈଠକ ଚାଲିଥିବାବେଳେ ବିଜେପି ଏବଂ ଜେଡିଏସ୍ କର୍ମୀଙ୍କ ମଧ୍ୟରେ ଏହି ସଂଘର୍ଷ ଉପୁଜିଛି। ମେଣ୍ଟ […]

Samaya Live Picture
Published On

ନୂଆଦିଲ୍ଲୀ : କର୍ଣ୍ଣାଟକରେ ବିଜେପି ଏବଂ ଜେଡିଏସ୍ (ଜନତା ଦଳ (ସେକୁଲାର) ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏହା ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଅବସ୍ଥା । ରାଜ୍ୟରେ ମେଣ୍ଟ ଘୋଷଣା ହେଉହେଉ ବିଜେପି ଏବଂ ଜେଡିଏସ୍ କର୍ମୀଙ୍କ ମଧ୍ୟରେ ସଂଘର୍ଘ ଉପୁଜିଛି। ଲୋକସଭା ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ କର୍ଣ୍ଣାଟକର ତୁମାକୁରୁରେ ଆଜି ଏକ ବୈଠକ ଚାଲିଥିବାବେଳେ ବିଜେପି ଏବଂ ଜେଡିଏସ୍ କର୍ମୀଙ୍କ ମଧ୍ୟରେ ଏହି ସଂଘର୍ଷ ଉପୁଜିଛି। ମେଣ୍ଟ ପ୍ରାର୍ଥୀ ଭି ସୋମନ୍ନାଙ୍କ ପ୍ରଚାର ପାଇଁ ଏହି ବୈଠକ ହୋଇଥିଲା। ମେଣ୍ଟର ପ୍ରାର୍ଥୀ ଭାବେ ବିଜେପି ସୋମନ୍ନାଙ୍କୁ ତୁମାକୁରୁରୁ ପ୍ରାର୍ଥୀ କରିଛି। ଜେଡିଏସ ବିଧାୟକ ଏମଟି କ୍ରୀଷ୍ଣାପ୍ପାଙ୍କର ଏକ ଟିପ୍ପଣୀ ପାଇଁ ଏହି ସଂଘର୍ଷ ଉପୁଜିଛି। କ୍ରୀଷ୍ଣାପ୍ପା କହିଥିଷଲ ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କ ପରାଜୟ ପାଇଁ ବିଜେପି ନେତା କୋନ୍ଦାଜି ବିଶ୍ବନାଥ ଦାୟୀ। ବିଶ୍ବନାଥ ୨୦୧୯ରେ ଜେଡିଏସ୍ ଟିକେଟରେ ନିର୍ବାଚନ ଲଢ଼ିଥିଲେ କିନ୍ତୁ ପରେ ସେ ବିଜେପିକୁ ଚାଲିଯାାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଏବଂ ଜେଡିଏସ୍ ମେଣ୍ଟ ଘୋଷଣା କରିଛନ୍ତି। ବିଜେପି ୨୫ ଆସନରେ ନିର୍ବାଚନ ଲଢ଼ିବ ଏବଂ ଜେଡିଏସ୍ ୩ଟି ଆସନରେ ନିର୍ବାଚନ ଲଢ଼ିବ। ଆସନ ବୁଝାମଣା ଅନୁଯାୟୀ ଜେଡିଏସ୍ ୩ ଆସନ ହାସନ, ମାଣ୍ଡ୍ୟା ଏବଂ କୋଲାରରେ ନିର୍ବାଚନ ଲଢ଼ିବ।

Tags: