କର୍ଣ୍ଣାଟକରେ ପ୍ରଥମ ନିର୍ବାଚନ ପ୍ରତିଶୃତି ପୂରଣ କଲା କଂଗ୍ରେସ , ମହିଳାଙ୍କ ପାଇଁ ମାଗଣା ବସ୍ସେବା ଆରମ୍ଭ ହେଲା
ବେଙ୍ଗାଲୁରୁ :କର୍ଣ୍ଣାଟକରେ ମହିଳାମାନେ ଏଣିକି ମାଗଣାରେ ବସ୍ ଯାତ୍ରା କରିପାରିବେ। ମହିଳାଙ୍କ ପାଇଁ ଆଜିଠାରୁ ରାଜ୍ୟରେ ମାଗଣା ବସ୍ ସେବା ଆରମ୍ଭ ହୋଇଛି। ଏଥିସହ କଂଗ୍ରେସ କର୍ଣ୍ଣାଟକରେ ଏହାର ୫ ନିର୍ବାଚନ ପ୍ରତିଶୃତି ମଧ୍ୟରୁ ପ୍ରଥମ ପ୍ରତିଶୃତି ପୂରଣ କରିଛି। ଏହି ମାଗଣା ବସ୍ ସେବା ଦ୍ବାରା ପ୍ରତିଦିନ ୪୧.୮ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇପାରିବେ ଏବଂ ରାଜ୍ୟ ରାଜକୋଷରୁ ଏଥିପାଇଁ ବାର୍ଷିକ ୪,୦୫୧.୫୬ କୋଟି ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଆଜି ରାଜ୍ୟରେ ଏହି […]
ବେଙ୍ଗାଲୁରୁ :କର୍ଣ୍ଣାଟକରେ ମହିଳାମାନେ ଏଣିକି ମାଗଣାରେ ବସ୍ ଯାତ୍ରା କରିପାରିବେ। ମହିଳାଙ୍କ ପାଇଁ ଆଜିଠାରୁ ରାଜ୍ୟରେ ମାଗଣା ବସ୍ ସେବା ଆରମ୍ଭ ହୋଇଛି। ଏଥିସହ କଂଗ୍ରେସ କର୍ଣ୍ଣାଟକରେ ଏହାର ୫ ନିର୍ବାଚନ ପ୍ରତିଶୃତି ମଧ୍ୟରୁ ପ୍ରଥମ ପ୍ରତିଶୃତି ପୂରଣ କରିଛି। ଏହି ମାଗଣା ବସ୍ ସେବା ଦ୍ବାରା ପ୍ରତିଦିନ ୪୧.୮ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇପାରିବେ ଏବଂ ରାଜ୍ୟ ରାଜକୋଷରୁ ଏଥିପାଇଁ ବାର୍ଷିକ ୪,୦୫୧.୫୬ କୋଟି ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଆଜି ରାଜ୍ୟରେ ଏହି ଯୋଜନା ଆରମ୍ଭ କରିଛନ୍ତି। ଯୋଜନାର ନାଁ ଶକ୍ତି। ମହିଳା ଏବଂ ରାଜ୍ୟର ଛାତ୍ରୀମାନେ ଏହାଫଳରେ ମାଗଣାରେ ବସ୍ ଯାତ୍ରା କରିପାରିବେ। ଆଜି ଶକ୍ତି ଯୋଜନାର ଲୋଗୋ ଉନ୍ମୋଚିତ ହୋଇଛି ଏବଂ ୫ ମହିଳାଙ୍କୁ ଶକ୍ତି ସ୍ମାର୍ଟ କାର୍ଡ ଦିଆଯାଇଛି। ‘ସେବା ସିନ୍ଧୁ’ ସରକାରୀ ପୋର୍ଟାଲରେ ପଂଜିକରଣ କରି ମହିଳାମାନେ ଶକ୍ତି ସ୍ମାର୍ଟ କାର୍ଡ ପାଇଁ ଆବେଦନ କରିପାରିବେ।




