କର୍ଣ୍ଣାଟକରେ ପରୀକ୍ଷା ସମୟରେ ମୁଣ୍ଡରେ କିଛି ପିନ୍ଧା ଯାଇପାରିବନି
ନୂଆଦିଲ୍ଲୀ : କର୍ଣ୍ଣାଟକ ଏକ୍ଜାମିନେସନ୍ ଅଥୋରିଟି (କେଇଏ) ଅର୍ଥାତ କର୍ଣ୍ଣାଟକ ପରୀକ୍ଷା କର୍ତ୍ତୃପକ୍ଷ କୌଣସି ପ୍ରକାର ଠକାମିକୁ ଅଟକାଇବାପାଇଁ ବୋର୍ଡ ଏବଂ କର୍ପୋରେସନ୍ରେ ନିଯୁକ୍ତି ପରୀକ୍ଷା ବେଳେ ମୁଣ୍ଡରେ କିଛି ପିନ୍ଧିବା ଉପରେ କଟକଣା ଲଗାଇଛନ୍ତି। ତେବେ ହିନ୍ଦୁ ମହିଳାମାନେ ମଙ୍ଗଳସୂତ୍ର ଏବଂ ପାଦରେ ଗୋଡ଼ ମୁଦି ପିନ୍ଧିବାପାଇଁ ଅନୁମତି ରହିଛି। ତେବେ ପରୀକ୍ଷାରେ ନିଷିଦ୍ଧ ତାଲିକାରେ ହିଜାବ ନଥିଲେ ମଧ୍ୟ ପରୀକ୍ଷାରେ ମୁଣ୍ଡରେ କୌଣସି ପ୍ରକାର ଜିନିଷ ପିନ୍ଧିବାକୁ ଦିଆଯିବନି ବୋଲି ସ୍ପଷ୍ଟ ଉଲ୍ଲେଖ କରାଯାଇଛି। […]
ନୂଆଦିଲ୍ଲୀ : କର୍ଣ୍ଣାଟକ ଏକ୍ଜାମିନେସନ୍ ଅଥୋରିଟି (କେଇଏ) ଅର୍ଥାତ କର୍ଣ୍ଣାଟକ ପରୀକ୍ଷା କର୍ତ୍ତୃପକ୍ଷ କୌଣସି ପ୍ରକାର ଠକାମିକୁ ଅଟକାଇବାପାଇଁ ବୋର୍ଡ ଏବଂ କର୍ପୋରେସନ୍ରେ ନିଯୁକ୍ତି ପରୀକ୍ଷା ବେଳେ ମୁଣ୍ଡରେ କିଛି ପିନ୍ଧିବା ଉପରେ କଟକଣା ଲଗାଇଛନ୍ତି। ତେବେ ହିନ୍ଦୁ ମହିଳାମାନେ ମଙ୍ଗଳସୂତ୍ର ଏବଂ ପାଦରେ ଗୋଡ଼ ମୁଦି ପିନ୍ଧିବାପାଇଁ ଅନୁମତି ରହିଛି। ତେବେ ପରୀକ୍ଷାରେ ନିଷିଦ୍ଧ ତାଲିକାରେ ହିଜାବ ନଥିଲେ ମଧ୍ୟ ପରୀକ୍ଷାରେ ମୁଣ୍ଡରେ କୌଣସି ପ୍ରକାର ଜିନିଷ ପିନ୍ଧିବାକୁ ଦିଆଯିବନି ବୋଲି ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ରାଜ୍ୟବ୍ୟାପୀ ଆସନ୍ତା ନଭେମ୍ବର ୧୮ ଏବଂ ୧୯ ତାରିଖରେ ବିଭିନ୍ନ ବୋର୍ଡ ଏବଂ କର୍ପୋରେସନ୍ ହେବାର ଥିବାେବେଳେ ଏହା ପୂର୍ବରୁ ଏହି ଘୋଷଣା କରାଯାଇଛି। କେଇଏ ପକ୍ଷରୁ କୁହାଯାଇଛି ଯେ ପରୀକ୍ଷା ହଲ୍ରେ ମୁଣ୍ଡ, ପାଟି ଏବଂ କାନକୁ ଢାଙ୍କୁଥିବା ଯେକୌଣସି ପ୍ରକାର ପୋଷାକ ଏବଂ କ୍ୟାପ୍ ପିନ୍ଧିବାକୁ ଅନୁମତି ଦିଆଯିବନି। ବ୍ଲୁଟୁଥ୍ ବ୍ୟବହାର ଦ୍ବାରା ଠକାମି ରୋକିବାପାଇଁ ଏହି ପଦକ୍ଷେପ ଗ୍ରହଣ ହୋଇଛି ବୋଲି କେଇଏ ପକ୍ଷରୁ କୁହାଯାଇଛି।




