କର୍ଣ୍ଣାଟକରେ ଧରାପଡ଼ିଲା ନକଲି ନୋଟ୍ ଛାପୁଥିବା ରାକେଟ୍, ୬ ଗିରଫ
ବେଲଗାଭି: କର୍ଣ୍ଣାଟକ ବେଲଗାଭି ଜିଲ୍ଲାରୁ ନକଲି ନୋଟ୍ ଛାପିବା ଓ ପ୍ରସାରଣ କରିବା ଅଭିଯୋଗରେ ଏକ ଗ୍ୟାଙ୍ଗ୍ର ୬ ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୱର ୟଦାଵାଦ, ସଦ୍ଦାମ ୟଦଲ୍ଲୀ, ରବି ହ୍ୟାଗାଦି, ଦୁଣ୍ଡାପ୍ପା ଓନାସେନବୀ, ବିଟ୍ଟଲ ହୋସାଥୋଟାଲ ଓ ମଲ୍ଲପ୍ପା କୁଣ୍ଡଲି। ସେମାନେ ୧୦୦ ଓ ୫୦୦ ଟଙ୍କିଆ ନକଲି ନୋଟ୍ ଛାପୁଥିଲେ। ଏହି ଗ୍ୟାଙ୍ଗ୍ ହିନ୍ଦୀ ୱେବ୍ ସିରିଜ୍ ‘ଫର୍ଜି’ରୁ ପ୍ରେରଣା ପାଇ ଏପରି କାଣ୍ଡ କରି ଆସୁଥିଲେ। […]
ବେଲଗାଭି: କର୍ଣ୍ଣାଟକ ବେଲଗାଭି ଜିଲ୍ଲାରୁ ନକଲି ନୋଟ୍ ଛାପିବା ଓ ପ୍ରସାରଣ କରିବା ଅଭିଯୋଗରେ ଏକ ଗ୍ୟାଙ୍ଗ୍ର ୬ ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୱର ୟଦାଵାଦ, ସଦ୍ଦାମ ୟଦଲ୍ଲୀ, ରବି ହ୍ୟାଗାଦି, ଦୁଣ୍ଡାପ୍ପା ଓନାସେନବୀ, ବିଟ୍ଟଲ ହୋସାଥୋଟାଲ ଓ ମଲ୍ଲପ୍ପା କୁଣ୍ଡଲି। ସେମାନେ ୧୦୦ ଓ ୫୦୦ ଟଙ୍କିଆ ନକଲି ନୋଟ୍ ଛାପୁଥିଲେ। ଏହି ଗ୍ୟାଙ୍ଗ୍ ହିନ୍ଦୀ ୱେବ୍ ସିରିଜ୍ ‘ଫର୍ଜି’ରୁ ପ୍ରେରଣା ପାଇ ଏପରି କାଣ୍ଡ କରି ଆସୁଥିଲେ।
ଗୋକାକ ସହରର କଡାବାଗଟୀ ଗୁଡ୍ଡାରେ ପୁଲିସ ଏକ କାର୍ ଜବତ କରିବାକୁ ଯାଇଥିବା ବେଳେ ଏହି ଗ୍ୟାଙ୍ଗ୍କୁ ଗିରଫ କରାଯାଇଥିଲା। କାର୍ ଭିତରୁ ୩୦୫ଟି ନକଲି ୧୦୦ ଟଙ୍କିଆ ଓ ୬୭୯୨ଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା। ପ୍ରାଥମିକ ତଦନ୍ତ ଓ ଜେରାରୁ ଜଣାପଡିଛି ଯେ ଏହି ଗ୍ୟାଙ୍ଗ୍ ରାତିରେ ମୁଡାଲାଗି ତାଲୁକର ଆରାଭାଭିରେ ଥିବା ଏକ ଘରେ ନକଲି ନୋଟ୍ ଛାପୁଥିଲା। ବେଲଗାଭି ଏସ୍ପି ଭୀମଶଙ୍କର ଗୁଲେଡ କହିଛନ୍ତି ଯେ ୫ ଲକ୍ଷ ୨୩ ହଜାର ୯୦୦ ଟଙ୍କା ମୂଲ୍ୟର ନକଲି ନୋଟ୍, ଗୋଟିଏ ପ୍ରିଣ୍ଟର, ସ୍କ୍ରିନିଂ ବୋର୍ଡ, ରଙ୍ଗ, ପ୍ରିଣ୍ଟିଂ ପେପର ଓ ୬ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ଗୋକାକ ଥାନାରେ ଏକ ମାମଲା ରୁଜୁ କରାଯାଇଛି।




