କର୍ଣ୍ଣାଟକରେ ଗୋଟିଏ ପରିବାରରୁ ୫ ଜଣଙ୍କ କଙ୍କାଳ ମିଳିଲା, ୨୦୧୯ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଗୋଟିଏ ଘରୁ ସମାନ ପରିବରର ୫ ଜଣଙ୍କ ଦେହାବଶେଷ ମିଳିଛି। ୫ ଜଣଙ୍କ ଶରୀରର କଙ୍କାଳ ଖଣ୍ଡ ମିଳିଛି। ଉକ୍ତ ପରିବାରର ସମ୍ପର୍କୀୟ ପୁଲିସରେ ଜଣାଇଛନ୍ତି ଯେ ସେମାନେ ସମ୍ପୂର୍ଣ୍ଣ ଭାବେ ଏକାକୀ ରହୁଥିଲେ ଏବଂ ସେମାନଙ୍କର ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ଥିଲା। ଉକ୍ତ ପରିବାର ସଦସ୍ୟଙ୍କୁ ଶେଷ ଥର ପାଇଁ ୨୦୧୯ ଜୁଲାଇରେ ଦେଖିବାକୁ ମିଳିଥିଲା ଏବଂ ସେମାନଙ୍କ ଘର ବନ୍ଦ ଥିଲା। ୨ ମାସ ପୂର୍ବେ ସ୍ଥାନୀୟ […]

Samaya Live Picture
Published On

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଗୋଟିଏ ଘରୁ ସମାନ ପରିବରର ୫ ଜଣଙ୍କ ଦେହାବଶେଷ ମିଳିଛି। ୫ ଜଣଙ୍କ ଶରୀରର କଙ୍କାଳ ଖଣ୍ଡ ମିଳିଛି। ଉକ୍ତ ପରିବାରର ସମ୍ପର୍କୀୟ ପୁଲିସରେ ଜଣାଇଛନ୍ତି ଯେ ସେମାନେ ସମ୍ପୂର୍ଣ୍ଣ ଭାବେ ଏକାକୀ ରହୁଥିଲେ ଏବଂ ସେମାନଙ୍କର ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ଥିଲା। ଉକ୍ତ ପରିବାର ସଦସ୍ୟଙ୍କୁ ଶେଷ ଥର ପାଇଁ ୨୦୧୯ ଜୁଲାଇରେ ଦେଖିବାକୁ ମିଳିଥିଲା ଏବଂ ସେମାନଙ୍କ ଘର ବନ୍ଦ ଥିଲା। ୨ ମାସ ପୂର୍ବେ ସ୍ଥାନୀୟ ଲୋକମାନେ ସେମାନଙ୍କ ଘରର ମୁଖ୍ୟ କବାଟ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। କିନ୍ତୁ ପୁଲିସ କିଛି ଜାଣିବାକୁ ପାଇନଥିଲା। ତେବେ ଜଣାପଡ଼ିଛି ଯେ ସେମାନଙ୍କ ଘରେ ଭଙ୍ଗାରୁଜା ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାପରେ ସେମାନେ ଗୋଟିଏ ଘରେ ୪ଟି କଙ୍କାଳ ପାଇଲେ। ୨ଟି କଙ୍କାଳ ବେଡ୍ରେ ପଡ଼ିଥିବାବେଳେ ଅନ୍ୟ ୨ଟି କଙ୍କାଳ ଚଟାଣରେ ପଡ଼ିଥିଲା। ସେହିପରି ଅନ୍ୟ ଏକ କଙ୍କାଳ ଅନ୍ୟ ଜଣଙ୍କ ଘରେ ପଡ଼ିଥିଲା। ଇତି ମଧ୍ୟରେ ଦେବଙ୍ଗରେର ଏଫଏସଏଲ୍ (ଫରେନ୍ସିକ ସାଇନ୍ସ ଲାବ୍ରୋଟୋରି) ଟିମକୁ ପ୍ରମାଣ ସଂଗ୍ରହ କରିବାପାଇଁ ଡକାଯାଇଛି। ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ ମୃତକମାନେ ହେଉଛନ୍ତି ୮୦ ବର୍ଷରୁ ଊର୍ଦ୍ଧ୍ବ ଜଣେ ଦମ୍ପତି, ସେମାନଙ୍କ ବୟସ୍କ ପୁଅ, ଝିଅ ଏବଂ ସେମାନଙ୍କ ୫୭ ବର୍ଷର ନାତି। ତେବେ ଫରେନସିକ ଟେଷ୍ଟ୍ ରିପୋର୍ଟ ଆସିବାପରେ ସେମାନଙ୍କ ପରିଚୟ ଜଣାପଡ଼ିବ। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

Tags: