କର୍ଣ୍ଣାଟକରେ ଗୋଟିଏ ପରିବାରର ୪ ଜଣଙ୍କୁ ଛୁରି ଭୁସି ହତ୍ୟା

ଉଡ଼ୁପି: କର୍ଣ୍ଣାଟକ ଉଡୁପି ଜିଲ୍ଲାର କେମନ୍ନୁଠାରେ ଜଣେ ଅଜଣା ଆକ୍ରମଣକାରୀ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଛୁରି ଭୁସି ହତ୍ୟା କରିଛି। ପୁଲିସ୍ଠୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ମୁଖାପିନ୍ଧା ଲୋକ ଜୋରଜବରଦସ୍ତ ଘରେ ପଶି ହସିନା (୪୬) ଓ ତାଙ୍କର ୨୩, ୨୧ ଓ ୧୨ ବର୍ଷର ତିନି ସନ୍ତାନଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲା। ଆକ୍ରମଣରେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ହସିନାଙ୍କ […]

Samaya Live Picture
Published On

ଉଡ଼ୁପି: କର୍ଣ୍ଣାଟକ ଉଡୁପି ଜିଲ୍ଲାର କେମନ୍ନୁଠାରେ ଜଣେ ଅଜଣା ଆକ୍ରମଣକାରୀ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଛୁରି ଭୁସି ହତ୍ୟା କରିଛି। ପୁଲିସ୍ଠୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ମୁଖାପିନ୍ଧା ଲୋକ ଜୋରଜବରଦସ୍ତ ଘରେ ପଶି ହସିନା (୪୬) ଓ ତାଙ୍କର ୨୩, ୨୧ ଓ ୧୨ ବର୍ଷର ତିନି ସନ୍ତାନଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲା। ଆକ୍ରମଣରେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ହସିନାଙ୍କ ସ୍ୱାମୀ ଉପସାଗରୀୟ ଅଞ୍ଚଳରେ କାମ କରୁଛନ୍ତି। ଉଡୁପି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅରୁଣ କୁମାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ହତ୍ୟାପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଏବଂ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି।

Tags: