କର୍ଣ୍ଣାଟକରେ କୁମାରସ୍ବାମୀଙ୍କ ବଡ଼ ଦାବି , କଂଗ୍ରେସ ସରକାର ଯେକୌଣସି ସମୟରେ ଭାଙ୍ଗି ଯାଇପାରେ

ବେଙ୍ଗାଲୁରୁ : ଜେଡିଏସ୍ ଜନତା ଦଳ (ସେକୁଲାର) ମୁଖ୍ୟ ଏଚ୍ଡି କୁମାରସ୍ବାମୀ ଆଜି ଦାବି କରିଛନ୍ତି ଯେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରରେ କିଛି ଠିକ୍ ନାହିଁ। ଜଣେ ରାଜ୍ୟ ମନ୍ତ୍ରୀ ବିଜେପିରେ ଯୋଗ ଦେଇପାରନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ମନ୍ତ୍ରୀଙ୍କ ସମେତ ୫୦-୬୦ ଜଣ କଂଗ୍ରେସ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି। କୁମାରସ୍ବାମୀ କହିଛନ୍ତି, ୫୦-୬୦ ବିଧାୟକଙ୍କ ସମର୍ଥନ ସହ କଂଗ୍ରେସରୁ ଜଣେ ମନ୍ତ୍ରୀ ବିଜେପିରେ ଯୋଗ […]

Samaya Live Picture
Published On

ବେଙ୍ଗାଲୁରୁ : ଜେଡିଏସ୍ ଜନତା ଦଳ (ସେକୁଲାର) ମୁଖ୍ୟ ଏଚ୍ଡି କୁମାରସ୍ବାମୀ ଆଜି ଦାବି କରିଛନ୍ତି ଯେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରରେ କିଛି ଠିକ୍ ନାହିଁ। ଜଣେ ରାଜ୍ୟ ମନ୍ତ୍ରୀ ବିଜେପିରେ ଯୋଗ ଦେଇପାରନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ମନ୍ତ୍ରୀଙ୍କ ସମେତ ୫୦-୬୦ ଜଣ କଂଗ୍ରେସ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି। କୁମାରସ୍ବାମୀ କହିଛନ୍ତି, ୫୦-୬୦ ବିଧାୟକଙ୍କ ସମର୍ଥନ ସହ କଂଗ୍ରେସରୁ ଜଣେ ମନ୍ତ୍ରୀ ବିଜେପିରେ ଯୋଗ ଦେଇପାରନ୍ତି। କର୍ଣ୍ଣାଟକ ସରକାର ଖୁବ୍ଶୀଘ୍ର ଭାଙ୍ଗିଯିବ। ଯେକୌଣସି ସମୟରେ କିଛି ବି ହୋଇପାରେ। ଉଲ୍ଖେଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ତୁଷ୍ଠୀକରଣ ରାଜନୀତି କରୁଛନ୍ତି ବୋଲି ଏଚ୍ଡି କୁମାରସ୍ବାମୀ ଅଭିଯୋଗ କରିଛନ୍ତି।

Tags: