କର୍ଣ୍ଣାଟକରେ କଂଗ୍ରେସ ସରକାର ଧର୍ମାନ୍ତର-ବିରୋଧୀ ଆଇନ ପ୍ରତ୍ୟାହାର କରିବେ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନବଗଠିତ କଂଗ୍ରେସ ସରକାର ପୂର୍ବ ବିଜେପି ସରକାର ଦ୍ବାରା ରାଜ୍ୟରେ ଲାଗୁ କରାଯାଇଥିବା ଧର୍ମାନ୍ତରୀକରଣ-ବିରୋଧୀ ଆଇନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୩ରେ ଆରମ୍ଭ ହେଉଥିବା ଆଗାମୀ ବିଧାନସଭା ଅଧିବେଶନରେ ଏ ବାବଦରେ ଏକ ବିଲ୍ ଆଗତ କରାଯିବ ବୋଲି ସିଦ୍ଦରମେୟାଙ୍କ ନେତୃତ୍ବାଧୀନ ସରକାର କହିଛନ୍ତି। ଆଜି କ୍ୟାବିନେଟ୍ ବୈଠକ ପରେ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍‌କେ ପାଟିଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସରକାର ପକ୍ଷରୁ […]

Samaya Live Picture
Published On

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନବଗଠିତ କଂଗ୍ରେସ ସରକାର ପୂର୍ବ ବିଜେପି ସରକାର ଦ୍ବାରା ରାଜ୍ୟରେ ଲାଗୁ କରାଯାଇଥିବା ଧର୍ମାନ୍ତରୀକରଣ-ବିରୋଧୀ ଆଇନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୩ରେ ଆରମ୍ଭ ହେଉଥିବା ଆଗାମୀ ବିଧାନସଭା ଅଧିବେଶନରେ ଏ ବାବଦରେ ଏକ ବିଲ୍ ଆଗତ କରାଯିବ ବୋଲି ସିଦ୍ଦରମେୟାଙ୍କ ନେତୃତ୍ବାଧୀନ ସରକାର କହିଛନ୍ତି। ଆଜି କ୍ୟାବିନେଟ୍ ବୈଠକ ପରେ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍‌କେ ପାଟିଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସରକାର ପକ୍ଷରୁ ୨୦୨୨ରେ ଲାଗୁ କରାଯାଇଥିବା ଆଇନକୁ ପ୍ରତ୍ୟାହାର କରିବା ଉପରେ କ୍ୟାବିନେଟ୍‌ରେ ଆଲୋଚନା ହୋଇଥିଲା। ଏ ସମ୍ପର୍କିତ ବିଲ୍ ଆସନ୍ତା ଜୁଲାଇ ୩ ଅଧିବେଶନରେ ଉପସ୍ଥାପନ କରାଯିବ।
ସୂଚନାଯୋଗ୍ୟ ବେଆଇନ ଧର୍ମାନ୍ତରୀକରଣକୁ ରୋକିବା ପାଇଁ ବସଭରାଜ ବୋମାଇ ସରକାର ଗତବର୍ଷ ‘ଦ କର୍ଣ୍ଣାଟକ ପ୍ରୋଟେକ୍ସନ ଅଫ୍ ରାଇଟ୍ ଟୁ ଫ୍ରିଡମ୍ ଅଫ୍ ‌ରିଲିଜନ ଆକ୍ଟ’ ଲାଗୁ କରିଥିଲେ।

Tags: